Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ପୁଣି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାକିସ୍ତାନ ପାଇଁ ନିଜର ଆକାଶ ମାର୍ଗ ବନ୍ଦ କରିଦେଇଛି ଭାରତ । ବାୟୁସେନାକୁ ନୋଟିସ ଅର୍ଥାତ୍ NOTAM ଜାରି କରାଯାଇଛି ।

୩୦ ଏପ୍ରିଲରୁ ୨୩ ମେ’ ପର୍ଯ୍ୟନ୍ତ NOTAM(ନୋଟିସ ଟୁ ଏୟାରମ୍ୟାନ୍) ଜାରି କରାଯାଇଛି । ଏପଟେ ପାକିସ୍ତାନ ଭାରତର ଆକ୍ରମଣର ସମ୍ଭାବନାକୁ ନେଇ ଏତେ ଚିନ୍ତିତ ଯେ ବୁଧବାର ଦିନ ସୁରକ୍ଷା କାରଣ ଦର୍ଶାଇ ଗିଲଗିଟ, ସ୍କାର୍ଦ୍ଦୁ ଏବଂ ପାକ୍ ଅଧିକୃତ ଜମ୍ମୁ-କାଶ୍ମୀରର ଅନ୍ୟାନ୍ୟ ଅଞ୍ଚଳକୁ ସମସ୍ତ ବିମାନ ଉଡ଼ାଣ ବାତିଲ କରିଦେଇଛି।

ଜଣେ ପାକ୍ ଅଧିକାରୀ କହିଛନ୍ତି ଯେ, ଜାତୀୟ ବାୟୁସେନା ସୁରକ୍ଷା ପ୍ରୋଟୋକଲର ସମୀକ୍ଷା ପରେ ଉତ୍ତର ଅଞ୍ଚଳଗୁଡ଼ିକୁ ବିମାନ ସେବା ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। ଭାରତରୁ ଆସୁଥିବା ଅନ୍ତର୍ଜାତୀୟ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇ ବିଦେଶୀ ବିମାନ ଚଳାଚଳ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *