Fri. Apr 17th, 2026
Oplus_0

ନ୍ୟୁଜ ଡେକ୍ସ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରତିଶୋଧ ନେବ ବୋଲି ପାକିସ୍ତାନକୁ ଧମକ ଦେଇଛି । ଲରେନ୍ସ ଗ୍ରୁପ୍ ପକ୍ଷରୁ ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏଥିରେ ପାକିସ୍ତାନୀ ଆତଙ୍କୀ ହାଫିଜ୍ ସଇଦ୍ର ଫଟୋ ଉପରେ ଛକି ଚିହ୍ନ ମରାଯାଇଛି । ଯଦି ତୁମେ ହତ୍ୟା କର ତେବେ ଆମେ ମଧ୍ୟ ତୁମ ଦେଶରେ ପଶି ତୁମକୁ ହତ୍ୟା କରିବୁ।

ବିଷ୍ନୋଇ ଗୋଷ୍ଠୀ ନାମରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇଛି, ଯେଉଁଥିରେ ଆତଙ୍କବାଦୀ ହାଫିଜ୍ ସଇଦର ଫଟୋ ଉପରେ ଏକ କ୍ରସ୍ ଲଗାଯାଇଛି। ସେଥିରେ ଲେଖାଯାଇଛି ଯେ ତୁମେ ଆମର ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଛ। ଏବେ ଆମେ ପାକିସ୍ତାନରେ ପଶିକି ତୁମକୁ ମାରିବୁ।ତେବେ ଭାଇରାଲ୍ ପୋଷ୍ଟଟି କିଏ ସେୟାର କରିଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ।

ସେନେଇ ଯାଞ୍ଚ କରାଯାଉଛି। ପୋଷ୍ଟର ଶେଷରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ, ଜିତେନ୍ଦ୍ର ଗୋଗି ଗ୍ରୁପ୍, ହାସିମ ବାବା, କାଲା ରାଣା, ଗୋଲଡି ବ୍ରାର, ରୋହିତ ଗୋଦାରାଙ୍କ ନାମ ଲେଖାଯାଇଛି। ପରିଶେଷରେ ହାଫିଜ୍ ସଇଦର ଫଟୋରେ ଏକ ଲାଲ ରଙ୍ଗରେ କ୍ରସ୍ ଚିହ୍ନ କରାଯାଇଥିବା ଦେଖିବାକୁ ମିଳିଛି।

Oplus_0

Leave a Reply

Your email address will not be published. Required fields are marked *