Fri. Apr 17th, 2026

ନ୍ୟୁଜ ଡେକ୍ସ : ଆର. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଘଟଣା । RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା । ପିଅନ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯନ୍ତ୍ରୀ ସଚିନ ଗୌଡ଼ । ଅଟକ ପିଅନ ଶିବ ନାରାୟଣଙ୍କୁ ୪୧ ବଣ୍ଡ୍ରେ ଛାଡିଲା ପୁଲିସ । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଆର. ଉଦୟଗିରି SDPO ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

ତେବେ ଗତ ୨୨ ଜୁଲାଇରେ RWS&S କାର୍ଯ୍ୟାଳୟରେ ଯୋଗ ଦେଇଥିବା କନିଷ୍ଠ ଇଞ୍ଜିନିୟର ସଚିନ ଗୌଡଙ୍କ ଦ୍ୱାରା ଦାୟର କରାଯାଇଥିବା ଏଫଆଇଆର ପରେ ଅଭିଯୁକ୍ତ ଶିବ ନାରାୟଣ ନାୟକଙ୍କୁ ହେପାଜତକୁ ନିଆଯାଇଥିଲା । ୨୩ ଜୁଲାଇରେ ରାତ୍ରୀ ଭୋଜନ ପରେ ଯନ୍ତ୍ରୀ ଜଣଙ୍କ ପିଅନଙ୍କୁ ପାଣି ପିଇବାକୁ ମାଗିବା ପରେ କିଛି ଏପରି କାଣ୍ଡ ଭିଆଇଥିଲେ ପିଅନ ବୋଲି ଅଭିଯୋଗ ହୋଇଛି । ତାଙ୍କୁ ପାଣି ବଦଳରେ ପରିସ୍ରା ପୂରାଇ ଏକ ଷ୍ଟିଲ୍ ବୋତଲରେ ଦେଇଥିବା ଅଭିଯୋଗ କରିଛନ୍ତି ଯନ୍ତ୍ରୀ । ଯନ୍ତ୍ରୀଙ୍କ କହିବାନୁଯାୟୀ, ପ୍ରଥମେ ସେ ପାଣି ପିଇବା ପରେ, ଅସହଜ ଅନୁଭବ କରିଥିଲେ ଏବଂ ସନ୍ଦେହ କରିଥିଲେ ଯେ ଏହା ପାଣି ନୁହେଁ।

ସନ୍ଦେହ ଯାଞ୍ଚ କରିବା ପାଇଁ ଅନ୍ୟ ଦୁଇ କର୍ମଚାରୀ, ଘନା ଏବଂ ସୂର୍ଯ୍ୟ ମଧ୍ୟ ପିଅନ ଦେଇଥିବା ପାଣିକୁ ଚାଖିଥିଲେ । ପରେ ଲ୍ୟାବ ପରୀକ୍ଷା ପାଇଁ ଏକ ନମୁନା ପଠାଯାଇଥିଲା, ଯେଉଁଥିରେ ୨.୦ ପିପିଏମ ଆମୋନିଆ ଉପସ୍ଥିତି ଜଣାପଡ଼ିଥିଲା, ଯାହା ପରିସ୍ରା ପ୍ରଦୂଷଣର ଚିନ୍ତା ବଢ଼ାଇଥିଲା। ଦ୍ୱିତୀୟ ନମୁନା ନିଶ୍ଚିତକରଣ ପାଇଁ ପାରଳାଖେମୁଣ୍ଡିର ଏକ ପରୀକ୍ଷାଗାରକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *