Sat. Apr 18th, 2026

ନ୍ୟୁଜ ଡେକ୍ସ: ଦୀଘାକୁ ‘ଜଗନ୍ନାଥ ଧାମ’ ନାମିତ କରିବା ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ପୁରୁଷୋତ୍ତମ କ୍ଷେତ୍ର। ପୁରୀ ବ୍ୟତୀତ ଅନ୍ୟ ସ୍ଥାନକୁ ଧାମ କରାଯାଇପାରିବନି। ଦୀଘାରେ ନିର୍ମିତ ମନ୍ଦିର କୌଣସି ଧାମରେ ନାମିତ ହେବନି।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ପୁରୁଷୋତ୍ତମ କ୍ଷେତ୍ର। ଅନ୍ୟ କୌଣସି ସ୍ଥାନକୁ ଧାମ ନାଁ ଦିଆଯାଇପାରିବନି। ଜଗନ୍ନାଥଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନାଁ ଦିଆଯାଇପାରିବନି। ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳଧାମ ମଧ୍ୟ ଦିଆଯାଇ ପାରିବନି। ଅନ୍ୟ କୌଣସିଠାରେ ସମର୍ପିତ ନୈବେଦ୍ୟ ‘ଶ୍ରୀମହାପ୍ରସାଦ’ ନୁହେଁ।ସେପଟେ ରାଜ୍ୟ ସରକାର ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପ୍ରଚାର କରିବା ଉପରେ ଆପତ୍ତି ଉଠାଉଥିବାବେଳେ ଆଜି ଦୀଘାରେ ଲାଗୁଥିବା ଜଗନ୍ନାଥ ଧାମ ନାମ ଫଳକ ହଟାଇଦିଆଯାଇଛି।

ତେବେ ବିବାଦ ମଧ୍ୟରେ, ଓଡ଼ିଶା ସରକାର ରବିବାର ଦିନ ଜଗନ୍ନାଥ ଧାମ ହଟାଇବା ନେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଏକ ଚିଠି ପଠାଇବାକୁ ଚାହୁଁଥିବା ନେଇ ମତ ଆସିବା ପରେ, ଏହି ପଦକ୍ଷେପ ସାମ୍ନାକୁ ଆସିଛି। କିନ୍ତୁ ମନ୍ଦିରର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏବେ ବି ଜଗନ୍ନାଥ ଧାମ ଲେଖା ହୋଇଛି।

Leave a Reply

Your email address will not be published. Required fields are marked *