Thu. Oct 23rd, 2025

ନ୍ୟୁଜ ଡେକ୍ସ:ମଙ୍ଗଳବାର ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିବେ। ସେବାୟତଙ୍କ ସହ ମହାପ୍ରଭୁଙ୍କ ଆଗାମୀ ନୀତିକାନ୍ତି ନେଇ କରିବେ ଆଲେଚନା। ସେହିଭଳି ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ବୈଠକରେ ଗୁରୁତ୍ବ ଦିଆଯିବ। ଶରଧାବାଲି ଅଘଟଣ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ ହେବ।

ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ ସହ ମହାପ୍ରଭୁଙ୍କ ଆଗାମୀ ନିତିକାନ୍ତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠି ସେବାୟତଙ୍କ ସହ ଆଲୋଚନା କରିବା ସହ କିପରି ମହାପ୍ରଭୁଙ୍କ ନିତିକାନ୍ତି ଚାଲିଛି ସେନେଇ ସମୀକ୍ଷା କରିପାରନ୍ତି। ଶରଧାବାଲିରେ ଘଟିଥିବା ଅଘଟଣ ପରେ ଆଗକୁ ବାହୁଡାଥିବାରୁ ଏବେ ଆହୁରି ସତର୍କ ହୋଇଛି ପ୍ରଶାସନ।ସୂଚନାଯୋଗ୍ୟ, ଗତ ରବିବାର ବଡିଭୋର୍ ପ୍ରାୟ ରାତି ୪.୨୦ ବେଳକୁ ପୁରୀରେ ମହାପ୍ରଭୁଙ୍କ ଦେଖିବା ପାଇଁ ଭିଡ଼ ଅସମ୍ଭାଳ ହୋଇଥିବା ବେଳେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଯାହାକୁ ନେଇ ପ୍ରଶାସନର ଅବହେଳାକୁ ଦର୍ଶାଇ ଅସନ୍ତୋଷ ଝାଡିଥିଲେ ଭକ୍ତ ଏବଂ ମୃତକଙ୍କ ପରିବାର ଲୋକେ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ଭକ୍ତଙ୍କୁ କ୍ଷମା ମାଗିଥିଲେ। ଆଉ ପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲେ। ଦଳଚକଟାରେ ଅବହେଳା ପାଇଁ ତୁରନ୍ତ ପୁରୀ ଜିଲ୍ଲାପାଳ ଆଉ ପୁରୀ ଏସପିଙ୍କୁ ବଦଳି କରିଥିଲେ। ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ସରକାର ରଥଯାତ୍ରା ସମୟରେ ଅବହେଳା ପାଇଁ ତଦନ୍ତ ପର୍ଯ୍ୟନ୍ତ ନିଲମ୍ବିତ କରିଥିଲେ ।

ଘଟଣାକୁ ଅକ୍ଷମଣୀୟ ଅବହେଳା କହିବା ପରେ ସୁରକ୍ଷା ବ୍ୟବସ୍ଥାରେ ସିଧାସଳଖ ଜଡିତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ପ୍ରତି କିଛି ଏପରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ସରକାର । ଏନେଇ ଘଟଣାର ତଦନ୍ତ ପାଇଁ ଏକ ବୈଠକ ମଧ୍ୟ କରି ତଦନ୍ତର ନିର୍ଦ୍ଦେଶ ବି ଦେଇଛନ୍ତି। ଏଥିସହିତ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *