Wed. Jun 3rd, 2026

ନ୍ୟୁଜ ଡେକ୍ସ: ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ (ଓପିଆରବି) ପକ୍ଷରୁ ଆଗାମୀ ୫ ଓ ୬ ତାରିଖରେ ହେବାକୁ ଥିବା ସବ-ଇନ୍ସପେକ୍ଟର (ଏସଆଇ) ଲିଖିତ ପରୀକ୍ଷାକୁ ଅନିବାର୍ଯ୍ୟ କାରଣରେ ସ୍ଥଗିତ କରାଯାଇଛି। ନୂଆ ତାରିଖ ଶୀଘ୍ର ପ୍ରକାଶିତ ହେବ।

ବ୍ରହ୍ମପୁର ପୁଲିସ୍ ଏସଆଇ ପରୀକ୍ଷା ସ୍ଥଗିତ, ଜାଲିଆତି ଅଭିଯୋଗ ପରେ ବୋର୍ଡର ବଡ଼ ପଦକ୍ଷେପପୋଲିସ୍ SI ଚାକିରି ରାକେଟ୍‌ର ପର୍ଦ୍ଦାଫାସ୍ ପରେ ଏହି ବଡ଼ ନିଷ୍ପତ୍ତି ଆସିଛି। ସୂଚନା ଅନୁସାରେ, ବ୍ରହ୍ମପୁରରେ ପୋଲିସ୍ SI ଚାକିରି ରାକେଟ୍‌ର ପର୍ଦ୍ଦାଫାସ୍ ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି। ହାଇଦ୍ରାବାଦରେ ୧୦୦ରୁ ଅଧିକ ଆଶାୟୀଙ୍କୁ “ସ୍ପେଶାଲ୍ କୋଚିଂ” ନାମରେ ଜାଲିଆତି କରାଯାଇଥିବା ପ୍ରମାଣ ମିଳିଛି।

ଏହାର ତଦନ୍ତ ଚାଲିଛି ଏବଂ ସଂପୃକ୍ତଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ହେବାର ସୂଚନା ମିଳିଛି।ପରୀକ୍ଷା ସ୍ଥଗିତ ସମ୍ପର୍କରେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ନୂଆ ତାରିଖ ଶୀଘ୍ର ପ୍ରକାଶ କରାଯିବ। ସେଥିସହିତ, ଅଭିଯୋଗ ସମ୍ପର୍କରେ ଆଶାୟୀମାନେ କିମ୍ବା ସାଧାରଣ ଲୋକ ଯୋଗାଯୋଗ କରିପାରିବେ ବୋଲି ୯୦୪୦୪୯୩୨୨୩ ନମ୍ବରରେ ହେଲ୍ପଲାଇନ୍ ଯୋଗାଇଦିଆଯାଇଛି।।

Leave a Reply

Your email address will not be published. Required fields are marked *