ନ୍ୟୁଜ ଡେକ୍ସ: ରାଜଧାନୀରେ ଫୁଟିଲା ଗୁଳି। ବିଳମ୍ବିତ ରାତିରେ ବାଲିପାଟଣା ଅଞ୍ଚଳରେ ଗୁଳିକାଣ୍ଡ । ଦୁଇ ଜଣ ଯୁବକ ଗୋଟିଏ ବାଇକ୍ରେ ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ଦୀପ୍ତିରଞ୍ଜନ ମହାପାତ୍ର ନାମକ ଜଣେ ଯୁବକଙ୍କ ବାମ ହାତରେ ଗୁଳି ବାଜିଛି।
ଗୁଳି ବିନିମୟ ପରେ ଦୀପ୍ତିରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବିଳମ୍ବିତ ରାତିରେ ଦୀପ୍ତିରଞ୍ଜନ ମହପାତ୍ର ତାଙ୍କ ଘର ବାରଣ୍ଡାରେ ବସିଥିବାବେଳେ, କିଛି ଦୁର୍ବୁତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁଳିମାଡ ପରେ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ ।
ଏହାପରେ ଦୀପ୍ତିରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଅଭିଯୋଗ ପରେ ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରୁଛି ।
