Thu. Jun 4th, 2026

ନ୍ୟୁଜ ଡେକ୍ସ : ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଏଥର ମଧ୍ୟ ସମସ୍ତ ବିଭାଗରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରି ବାଜି ମାରିଛନ୍ତି।କଳା ବିଭାଗରେ ଛାତ୍ରଙ୍କ ପାସହାର ୭୭.୯୭ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସହାର ୮୯.୪୫ ପ୍ରତିଶତ ରହିଛି। କଳାରେ ମୋଟ ପାସହାର ୮୪.୫୦ ପ୍ରତିଶତ ରେକର୍ଡ ହୋଇଛି।ସେହିପରି ବାଣିଜ୍ୟ ବିଭାଗରେ ଛାତ୍ରଙ୍କ ପାସହାର ୮୬.୬୭ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସହାର ୯୦.୪୩ ପ୍ରତିଶତ ରହିଛି।

ବାଣିଜ୍ୟରେ ମୋଟ ପାସହାର ୮୮.୦୭ ପ୍ରତିଶତ ହୋଇଛି।ବିଜ୍ଞାନ ବିଭାଗରେ ମଧ୍ୟ ଛାତ୍ରୀମାନେ ଆଗୁଆ ରହିଛନ୍ତି। ଛାତ୍ରଙ୍କ ପାସହାର ୮୭.୪୧ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସହାର ୯୦.୨୪ ପ୍ରତିଶତ ରହିଛି। ବିଜ୍ଞାନରେ ମୋଟ ପାସହାର ୮୮.୮୦ ପ୍ରତିଶତ ହୋଇଛି।ଅପରାହ୍ନ ୩ଟାରୁ ସାମସ୍ କଲେଜ ଇ-ସ୍ପେସରେ ଫଳାଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ results.odisha.gov.in, chseodisha.nic.in ଓ orissaresults.nic.in ୱେବସାଇଟରେ ଫଳାଫଳ ଦେଖିପାରିବେ। ସେହିପରି digilocker.gov.inରେ ଡିଜିଟାଲ୍ ମାର୍କସିଟ୍ ମଧ୍ୟ ଉପଲବ୍ଧ ହେବ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ବିଷୟରେ ମାର୍କ ବଢ଼ାଇବା ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ବିଷୟରେ ପାସ୍ କରିଥିବା ଛାତ୍ରଛାତ୍ରୀମାନେ କେବଳ ଗୋଟିଏ ବିଷୟରେ ଅଧିକ ମାର୍କ ରଖିବା ପାଇଁ ଏହି ପରୀକ୍ଷା ଦେଇପାରିବେ।ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ।

Leave a Reply

Your email address will not be published. Required fields are marked *