Sat. Apr 18th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ସରକାରଙ୍କ ପ୍ରଚାର–ପ୍ରସାର କାର୍ଯ୍ୟ ପାଇଁ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଆସିଛି। ଏହି ତଥ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟ ବିଧାନସଭାରେ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନର ଉତ୍ତରରେ ରଖିଛନ୍ତି।ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୨୪ ଜୁଲାଇରୁ ଏପର୍ଯ୍ୟନ୍ତ ଏହି ପରିମାଣର ଖର୍ଚ୍ଚ ପ୍ରଚାର–ପ୍ରସାର ବାବଦରେ ହୋଇଛି।

ସବୁଠାରୁ ଅଧିକ ଖର୍ଚ୍ଚ ବିଜ୍ଞାପନ ପାଇଁ ଖବର କାଗଜରେ ହୋଇଥିବାବେଳେ, ଏହାର ପରିମାଣ ୬୯ କୋଟି ୭୮ ଲକ୍ଷ ଟଙ୍କା ରହିଛି।ଟିଭି ଚ୍ୟାନେଲଗୁଡ଼ିକରେ ବିଜ୍ଞାପନ ପାଇଁ ୯ କୋଟି ୩୫ ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ, ରେଡିଓ ଚ୍ୟାନେଲରେ ୨.୧୪ କୋଟି ଟଙ୍କା ଏବଂ ୱେବ୍ ଚ୍ୟାନେଲରେ ୧.୮୭ କୋଟି ଟଙ୍କା ବ୍ୟୟ କରାଯାଇଛି।

ସେହିପରି, ହୋଡିଂ ବାବଦରେ ୩୯ ଲକ୍ଷ ୩୨ ହଜାର ଟଙ୍କା ଏବଂ କମ୍ୟୁନିଟି ରେଡିଓରେ ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସରକାରଙ୍କ ପ୍ରଚାର–ପ୍ରସାର ଖର୍ଚ୍ଚ ସମ୍ପର୍କିତ ଏହି ତଥ୍ୟ ବିଧାନସଭାରେ ପ୍ରକାଶ ପାଇବା ପରେ ରାଜ୍ୟର ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *