Sun. Apr 19th, 2026

ନ୍ୟୁଜ ଡେକ୍ସ: ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଚଳଚଞ୍ଚଳ ଲୋକନାଥ ପୀଠ। ଏହି ଗୋଟିଏ ଦିନ ବାବା ଶ୍ରୀ ଲୋକନାଥ ମନ୍ଦିରର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯିବ । ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ ।

ବର୍ଷସାରା ପାଦୁକ , ଜଳରାଶିରେ ବୁଡି ରହିଥିବାରୁ ଶ୍ରୀଲୋକନାଥଙ୍କ ଦର୍ଶନ ମିଳେନାହିଁ । ତେଣୁ ଏହି ଦିନକୁ ଭକ୍ତମାନେ ଅପେକ୍ଷା କରିଥାନ୍ତି । ରାତ୍ର ୨ଟା ୩୦ରେ ଦ୍ୱାର ଖୋଲାଯାଇ ମଙ୍ଗଳଆଳତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ଗୋପାଳବଲ୍ଲଭ, ସକାଳ ଧୂପ ବଢ଼ିବା ପରେ ସକାଳ ୬ରୁ ପଙ୍କୋଦ୍ଧାର ନୀତି ଚାଲିଛି।ପଙ୍କୋଦ୍ଧାର ନୀତିକାନ୍ତି ପୂର୍ବାହ୍ନ ୧୧ଟାରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ପଙ୍କୋଦ୍ଧାର ସରିବା ପରେ ମହାପ୍ରଭୁଙ୍କ ମାଘ ସ୍ନାନ ନୀତି କରାଯାଇ ମଧ୍ୟାହ୍ନ ୧୨ଟା ଭିତରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ବିଳମ୍ବିତ ରାତ୍ର ୧୦ଟା ପର୍ଯ୍ୟନ୍ତ ଜାରି ରହିବ ।ଶ୍ରଦ୍ଧାଳୁମାନେ ଯେଭଳି ଶୃଙ୍ଖଳିତ ଦର୍ଶନ କରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇଛି ।

ଗହଳିକୁ ଦୃଷ୍ଟିରେ ରଖି ଲୁଟେରା ଓ ଚୋରଙ୍କୁ ଜଗିବା ଲାଗି ପୁଲିସ ତରଫରୁ ବ୍ୟାପକ ଭାବେ ଫୋର୍ସ ମୁତୟନ କରାଯାଇଛି । ଶ୍ରୀ ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ତିନିଦିନ ଧରି ଜଳିବ ଜଗତମଙ୍ଗଳ ଜାଗରଦୀପ । ଚଳିତବର୍ଷ ମନ୍ଦିର ସଂଲଗ୍ନ ପାଚେରୀ ନିକଟରେ ଏକ ନୂତନ ପାଦୁକ କୁଣ୍ଡ ନିର୍ମିତ ହୋଇଛି । ବାବାଙ୍କ ଗମ୍ଭୀରାରୁ ବାହାରିଥିବା ପଙ୍କକୁ ଦେହରେ ଲଗାଇଲେ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *