Thu. Oct 23rd, 2025

ନ୍ୟୁଜ ଡେକ୍ସ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଏହି ମ୍ୟାଚର ଟିକେଟ ପାଇଁ ଅପେକ୍ଷା କରିଥିବା କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଯାଇଛି ଖୁସି ଖବର । ଦର୍ଶକମାନଙ୍କ ପାଇଁ ଆସନ୍ତା ଫେବ୍ରୁଆରି ୨ତାରିଖରେ ଅନ୍‌ଲାଇନ୍‌ ରେ ଟିକେଟ ଉପଲବ୍ଧ ହେବ।

ସେହିପରି କ୍ରିକେଟ୍‌ପ୍ରେମୀମାନେ ଆସନ୍ତା ୫ଓ ୬ରେ କାଉଣ୍ଟରରୁ ଟିକେଟ୍‌ କିଣିପାରିବେ। ଅଫଲାଇନରେ ଟିକେଟ୍ ବିକ୍ରି ସକାଳ ୯ ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ । ଭୁବନେଶ୍ୱର କ୍ୟାମବ୍ରିଜ ସ୍କୁଲ ଓ କିଟ୍ ବିଶ୍ଵବିଦ୍ୟାଳୟ ପରିସର କାଉଣ୍ଟର ରୁ ସଂଗ୍ରହ କରିବେ ଅନଲାଇନ୍ ବୁକିଂ ର ହାର୍ଡ କପି। ୭-୮ ତାରିଖ ଦୁଇ ଦିନ ପୂର୍ବାହ୍ନ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ।

୯ ତାରିଖ ଦିନ ସକାଳ ୭ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର। ଏହି ଦୁଇଟି ସ୍ଥାନରେ ତିନିଟି ଲେଖାଏଁ କାଉଣ୍ଟର ରହିବ। ଫେବୃଆରୀ ୩ ଓ ୪ ତାରିଖରେ ଅନୁବନ୍ଧିତ ସଂଘ ଗୁଡ଼ିକୁ ଟିକେଟ ବିକ୍ରି କରାଯିବ। ଫେବୃଆରୀ ମାସ ୫ ଓ ୬ ତାରିଖ ଦୁଇ ଦିନ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ। କ୍ରୀଡା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା ।

Leave a Reply

Your email address will not be published. Required fields are marked *