କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ତରଫରୁ ଏମ ରାମପୁର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ର ବନ୍ଧପଡ଼ା ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ ଅତିରିକ୍ତ ପୋଲିସ ଇନ୍ସପେକ୍ଟର ଡି. ମୋହନ।ସେହି ସମୟ ରେ ଏମ ରାମପୁର ପଟରୁ ଅମାଠ ପଟକୁ ଆସୁଥିବା OD 03AA5585 ନମ୍ୱର୍ ବିଶିଷ୍ଟ ପୀକ ଅପ୍ ଗାଡ଼ିଟି ପୋଲିସ ଯାଞ୍ଚ ଦେଖି ଟିକେ ଦୂରରେ ଛିଡା ହୋଇଥିଲା ।ପୋଲିସକୁ ସନ୍ଦେହ ହେବାରୁ ଯାଞ୍ଚ କରୁଥିବା ପୋଲିସ ଅଧିକାରୀ D MOHAN ଗାଡ଼ି ପାଖକୁ ଯିବା ସମୟରେ ଉକ୍ତ ଗାଡ଼ିର ଡ୍ରାଇଭର ଓ ସହଯୋଗୀ ଗାଡିଟିକୁ ଛାଡ଼ି ଫେରାର ମାରିଥିବା ସୂଚନା ମିଳିଛି। ଗାଡ଼ିଟି ବଲାଙ୍ଗୀର ନମ୍ୱର୍ ପଞ୍ଜୀକୃତ ଥିବା ବେଳେ ଗାଡ଼ିଟି ଗତ ଜାନୁଆରୀ ମାସରେ ପଞ୍ଜୀକୃତ ହୋଇଥିବା ସୂଚନା ରହିଛି ।ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ୩.୭୫ କ୍ଵିଣ୍ଟାଲ ଜବତ ହୋଇଥିବା ସୂଚନା । ଚୋର ଯେତେ ଚାଳକ ହେଲେ ମଧ୍ୟ ପୋଲିସ ପଞ୍ଝାରୁ ବଞ୍ଚିବା ଅସମ୍ଭବ ,ଏହା ଏହି ଘଟଣାକୁ ଦେଖିଲେ ଅନୁମାନ କରାଯାଇପାରେ । ଜବତ ହୋଇଥିବା ଗାଡ଼ିର ସାମ୍ନା ପଟେ କୁଣ୍ଡା ଓ ଧାନ ବସ୍ତା ଲୋଡ୍ କରି ପଛପଟେ ଗଞ୍ଜେଇ ରଖି ଚୋରା ଚାଲାଣ କରିଥିଲା ଗଞ୍ଜେଇ ମାଫିଆ ।