Sat. Feb 21st, 2026

ନ୍ୟୁଜ ଡେକ୍ସ: ଏବେ ବର୍ଷକୁ ୨ ଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରିବ ସିବିଏସଇ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି । ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି । ଏପରିକି ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ । ବୋର୍ଡ ୨୦୨୬ ରୁ ୧୦ମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକରେ ଦୁଇ ଥର ଆୟୋଜିତ କରିବାକୁ ପ୍ରସ୍ତାବିକ ନୀତିକୁ ମଞ୍ଜୁରୀ ଦେଇଛି।

ଏହି ମାନଦଣ୍ଡ (ଡ୍ରାଫ୍ଟ ନର୍ମ )ଏବେ ସାର୍ବଜନିକ ଡୋମେନରେ ରଖାଯିବ ଏବଂ ହିତାଧିକାରୀ ୯ ମାର୍ଚ୍ଚ ସୁଦ୍ଧା ନିଜର ପ୍ରତିକ୍ରିୟା ଦେଇ ପାରିବେ , ଯାହା ପରେ ନୀତିକୁ ଅନ୍ତିମ ରୂପ ଦିଆଯିବ।ଅଫିସିଆଲି ବିଜ୍ଞପ୍ତି ଅନୁସାରେ , ଦ୍ୱିବାର୍ଷିକ ପରୀକ୍ଷା ୨୦୨୬ରେ ଆରମ୍ଭ ହେବ , ପ୍ରଥମ ପରୀକ୍ଷା ୧୭ ଜାନୁଆରୀରୁ ୬ ମାର୍ଚ୍ଚ ଯାଏ ଅନୁଷ୍ଠିତ ହେବ।ପ୍ରସ୍ତୁତ ମାନଦଣ୍ଡ ଅନୁସାରେ , ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ୧୭ ଫେବ୍ରୁଆରୀରୁ ୬ ମାର୍ଚ୍ଚ ଯାଏ ଆୟୋଜିତ କରାଯିବ ଏବଂ ୨ୟ ପର୍ଯ୍ୟାୟ ୫ରୁ ୨୦ ମେ ଯାଏ ଅନୁଷ୍ଠିତ ହେବ।

ବର୍ଷକୁ ଦୁଇଥର ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସମ୍ପୂର୍ଣ୍ଣ ସିଲାବସ ଉପରେ ଆଧାରିତ ହେବ । ତେବେ ସମ୍ପୃକ୍ତ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ବା ଆଭ୍ୟନ୍ତରୀଣ ମୂଲ୍ୟାୟନ କେବଳ ଥରେ ହେବ ।ଚିଠା ନୀତି ବାବଦରେ ଛାତ୍ରୀଛାତ୍ର, ଶିକ୍ଷକ, ଅଭିଭାବକଙ୍କ ମତ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି । ମାର୍ଚ୍ଚ ୯ ତାରିଖ ସୁଦ୍ଧା ମତାମତ ସଂଗ୍ରହ କରାଯିବ । ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *