Mon. Jun 15th, 2026

ନ୍ୟୁଜ ଡେକ୍ସ: ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି। ବିଷ୍ଣୁପଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନକୁ ବାରଣ କଲେ ହାଇକୋର୍ଟ। ସହ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ମଧ୍ୟ ମିଳିଲା ଆଶ୍ବସ୍ତି। ସିବିଆଇ ଚଢ଼ାଉକୁ ବିରୋଧ କରି ଦାଏର ହୋଇଛି ମାମଲା। ମାର୍ଚ୍ଚ ୪ରେ ହାଇକୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି।

ସୂଚନାନୁଯାୟୀ, ଭୁବନେଶ୍ବରର ଏକ ହୋଟେଲ ନିକଟରେ କାର ଭିତରେ ଲାଞ୍ଚ କାରବାର ପାଇଁ ଡିଲ ଚାଲିଥିବା ବେଳେ ସିବିଆଇ ଚଢାଉ କରିଥିଲା। କାରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଅଭିଯୋଗରେ ବ୍ରିଜ୍ ଆଣ୍ଡ୍ ରୁଫ୍ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ ‘ଆଦିତ୍ୟଦେବ ଇନ୍ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ କନ୍ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା । ଦେଢଶହ କୋଟିର ଏକ ଟେଣ୍ଡର ହାତେଇବାକୁ ଡିଲ ବେଳେ ଏମାନଙ୍କୁ ସିବିଆଇ ଧରିଥିଲା। ଏହି ଟେଣ୍ଡର ଘୋଟାଲାରେ ଲିଙ୍କ ଥିବା ଅଭିଯୋଗରେ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ କରିଥିଲା।

ସିବିଆଇ ସମନ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଥିଲେ। ପ୍ରମୁଖ ଶାସନ ସଚିବ ପଦରୁ ଅବ୍ୟାହତି କରିଥିଲେ। ଗତ ୧୮ ତାରିଖରେ ସିବିଆଇର ଏକ ଟିମ୍ ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ଚଢାଉ କରିଥିଲେ । ଏହାକୁ ନେଇ ସେତେବେଳେ ବିଷ୍ଣୁପଦ ନିଜର ଅସନ୍ତୋଷ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *