ନ୍ୟୁଜ ଡେକ୍ସ : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୪ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ SLR ଓ INSAS ଭଳି ୫ଟି ଅଟୋମେଟିକ ବନ୍ଧୁକ ଜବତ ହୋଇଛି । ଏହାସହ ରକେଟ ବୋମା, ଗ୍ରେନେଡ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । STF ଏବଂ DRG ଜବାନଙ୍କ ଅପରେସନ ବେଳେ ସୁରକ୍ଷା ବାହିନୀକୁ ଏହି ସଫଳତା ମିଳିଥିବା ନେଇ ବିଜାପୁର ଏସ୍ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ସେପଟେ, ଆନ୍ଧ୍ର ପ୍ରଦେଶ ବିଜୟୱାଡା ଠାରେ କୁଖ୍ୟାତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ଗତ ତିନି ଦଶନ୍ଧି ଧରି ମାଓ ସଂଗଠନରେ ସକ୍ରିୟ ଥିବା ମାଓ ଦମ୍ପତି ଜୋରିଗେ ନାଗରାଜୁ ଓରଫ କମଲେଶ ଓ ତାଙ୍କ ପତ୍ନୀ ମେଦକା ଜ୍ୟୋତିଶ୍ୱରୀ ଓରଫ ଅରୁଣା ଆନ୍ଧ୍ର ପୁଲିସ ମହାନିର୍ଦେଶକ ହରିଶ କୁମାର ଗୁପ୍ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ମାଓ ଦମ୍ପତ୍ତିଙ୍କ ସୂଚନା ଆଧାରରେ ବିଭିନ୍ନ ସ୍ଥାନରୁ ପୁଲିସ ୧୮ଟି ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ମାଓଦମ୍ପତିଙ୍କ ସୂଚନା ଆଧାରରେ ଆଲୁରି ସୀତାରାମରାଜୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗୋଟିଏ ଏକେ-୪୭ ବନ୍ଧୁ, ୫ ଟି ଏସଏସଆର, ୨ଟି ଇନସାସ୍, ୨ଟି ବିଜିଏସ ସହ ୬୦୬ ରାଉଣ୍ଡ ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
