Thu. Oct 23rd, 2025

ନ୍ୟୁଜ ଡେକ୍ସ୍: ଲୋକପ୍ରିୟ ଭିଡିଓ କନ୍‌ଫରେନିଂ ପ୍ଲାଟଫର୍ମ ସ୍କାଇପ୍ ଆପ୍ଲିକେଶନ ସୋମବାରଠାରୁ ବନ୍ଦ ହୋଇଛି ଇଛି। ପ୍ରାୟ ୨ ଦଶନ୍ଧି ଧରି ଲୋକଙ୍କୁ ଯୋ ଯୋଡ଼ି ରଖୁଥ‌ିବା ଏହି ଆପ୍ ଏବେ ଇତିହ ତିହାସରେ ପରିଣତ ହୋଇଛି। ନିଜର ନୂତନ ଏବଂ ଅଧିକ ଶକ୍ତିଶାଳୀ କମ୍ୟୁନିକେଶନ ଟୁଲ୍ସ ‘ମାଇକ୍ରୋସଫ୍ଟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖ୍ ମାଇକ୍ରୋସଫ୍ଟସ୍କାଇପ୍ ସେବାକୁ ବନ୍ଦ କରିଛି।

ମାଇକ୍ରୋସଫ୍ଟ ପକ୍ଷରୁ ‘ମାଇକ୍ରୋସଫ୍ଟ ଟିମ୍’’କୁ ସ୍କାଇପର ଉତ୍ତରାକାରୀ ଭାବେ ଘୋଷଣା କରାଯାଇଛି। ଏହା ସହ ମାଇକ୍ରୋସଫ୍ଟ ମାଲିକାନାରେ ଥିବା ସ୍କାଇପ୍ ଆପ୍ ମାଇକ୍ରୋସଫ୍ଟ ଟିମ୍ସ ସହ ସମନ୍ବିତ ହୋଇଛି। ସ୍କାଇପ୍ ବନ୍ଦ ହେବା ପରେ ଯେପରି ଏହାର ୟୁଜର୍ସମାନେ ଅସୁବିଧାରସମ୍ମୁଖୀନ ନ ହେବେ, ତାହାକୁ ଦୃଷ୍ଟିରେ ରଖ୍ ସ୍କାଇପ୍‌ରୁ ମାଇକ୍ରୋସଫ୍ଟ ଟିମ୍ସକୁ ସ୍ଥାନାନ୍ତରିତ ହେବା ପାଇଁ ସେମାନଙ୍କୁ ବହୁ ପୂର୍ବରୁ ମାଇକ୍ରୋସଫ୍ଟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ମାଇକ୍ରୋସଫ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସ୍କାଇପ୍ ବ୍ୟବହାରକାରୀଙ୍କ ନିକଟରେ ମାଗଣାରେ ମାଇକ୍ରୋସଫ୍ଟ ଟିମ୍ସକୁ ଯିବା ପାଇଁ ବିକଳ୍ପ ରହିଛି ଯାହା ସ୍କାଇପ୍ ଆପ୍‌ଠାରୁ ଅଧିକ ଭଲ ଫିଚର ପ୍ରଦାନ କରିବ।

୨୦୦୩ରେ ସ୍କାଇପ୍ ସ୍କାଇପ୍ ଆପ୍ଲିକେଶନ ଲଞ୍ଚ୍ ହୋଇଥିଲା। ଏହା ଏକ ସ୍ବତନ୍ତ୍ର କମ୍ପାନୀ ଭାବେ ଆରମ୍ଭ ହୋଇଥିଲା ଏବଂ ଖୁବ୍‌ଶୀଘ୍ର ଏହା ଏହା ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥୁଳ ହାଇଥିଲା। ୨୦୦୫ରେ ଆମେରିକୀୟ ମଲ୍ଟିନ୍ୟାଶନାଲ ଲ ଇ-କମର୍ସ କମ୍ପାନୀ ‘ଇବେ’ ସ୍କାଇପ ଇପ୍‌କୁ ୨.୬ ବିଲିୟନ ଡଲାରରେ କିଣିଥିଲା। । ତେବେ ‘ଇବେ’ର ଏହି ଏହି ଅଧ୍ ଅଧୂଗ୍ରହଣ ସଫଳ ହୋଇ ନ ଥିଲା। ୨୦୦୯ରେ ‘ଇବେ’ ସ୍କାଇପ୍‌ର ୭୦% ଅଂଶକୁ ‘ସିଲ୍‌ଭର ଲେକ ପାର୍ଟନର୍ସ’ ଭଳି ନିବେଶକଙ୍କୁ ବିକ୍ରି କରିଥିଲା। ତେବେ ଏହାପରେ ୨୦୧୧ରେ ମାଇକ୍ରୋସଫ୍ଟ ୮.୫ ବିଲିୟନ ଡଲାର ମୂଲ୍ୟରେ ସ୍କାଇପ୍‌କୁ କିଣିଥିଲା। ଏହିପରି ଭାବେ ୨୦୦୩ରେ ଲଞ୍ଚ୍ ହୋଇଥିବା ସ୍କାଇପ୍ ଆପ୍ ୨୦୧୧ରେ ସମ୍ପୂର୍ଣ୍ଣ ଭାବେ ମାଇକ୍ରୋସଫ୍ଟର ମାଲିକାନା ଅଧୀନକୁ ଆସିଥିଲା ।

Leave a Reply

Your email address will not be published. Required fields are marked *