Fri. Apr 17th, 2026

ନ୍ୟୁଜ ଡେକ୍ସ: ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା। ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗ୍ୟାଲେରୀକୁ ମୋବାଇଲ ନେଇ ଯାଇପାରିବେନି ସାମ୍ବାଦିକ। ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ। ଏହାର ପ୍ରତିବାଦରେ ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ଯାଇନାହାଁନ୍ତି।

ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଧାରଣାରେ ବସିଥିବା ସାମ୍ୱାଦିକ ମାନେ କହିଛନ୍ତି ଯେ, ମୋବାଇଲ ଫୋନ ବ୍ୟାନ କରି ସାମ୍ବାଦିକମାନଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । ମୋବାଇଲ ଆଉ କ୍ୟାମେରା ବନ୍ଦ କରି ସାମ୍ବାଦିକମାନଙ୍କ କଣ୍ଠରୋଧ କରିଛନ୍ତି ବାଚସ୍ପତି । ସୂଚନା ମୁତାବକ, ବୁଧବାର ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ କରିବାକୁ ବିଧାନସଭାରେ ପହଞ୍ଚିଥିଲେ, ସେହି ସମୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଲଫାପା ଦିଆଯିବା ସହିତ, ଏହି ଲଫାପାରେ ଫୋନ୍ ରଖି ପ୍ରେସ୍ ଗ୍ୟାଲେରୀକୁ ଯିବା ପାଇଁ କୁହାଯାଇଥିଲା ।

ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରଶ୍ନକାଳକୁ ବୟକଟ୍ କରିଛନ୍ତି ।ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହ ପାଲଟିଥିଲା ରଣକ୍ଷେତ୍ର । ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ । ମାରପିଟର ଭିଡିଓ ଭାଇରାଲ ହେବାପରେ ଆଜି ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା ।

Leave a Reply

Your email address will not be published. Required fields are marked *