Fri. Apr 17th, 2026

ନ୍ୟୁଜ ଡେକ୍ସ: ବିଭିନ୍ନ ଜିଲ୍ଲା ପାଇଁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ବିଭିନ୍ନ ଜିଲ୍ଲାର ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରୁଛି । ଏଥିପାଇଁ ବରିଷ୍ଠ ନେତାଙ୍କୁ ଜିଲ୍ଲାର ଦାୟିତ୍ବ ବାଣ୍ଟିଛି ଦଳ । ଏଥିସହିତ ଜିଲ୍ଲାର ସମସ୍ତ ଦଳୀୟ କର୍ମୀଙ୍କ ସର୍ବସହମତିରେ ସଭାପତି ଚୟନ କରିବାକୁ ନିର୍ଦ୍ଦେଶ ଦେଇଛି ଦଳ ।

ଆଉ ଏହି ନାଁ ଭିତରେ ରାସବିହାରୀ ବେହେରାଙ୍କୁ ଢେଙ୍କାନାଳର ଦାୟିତ୍ୱ ଦିଆଯାଇଛି। ଠିକ୍ ସେହିପରି ଶଶାଙ୍କ ଶେଖରଙ୍କୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ।ଏହାସହ ପୁରୀର ଜିଲ୍ଲା ସଭାପତି ଭାବରେ ଡା. ଦେବେନ୍ଦ୍ର ତରାଇଙ୍କୁ ଦାୟିତ୍ୱ ମିଳିଥିବା ବେଳେ, କଟକରୁ ସୁକାନ୍ତ ବିଶ୍ୱାଳ, ଗଞ୍ଜାମରୁ ସରୋଜ ସାବତ ଓ ବଲାଙ୍ଗିରରୁ ଶ୍ରୀବତ୍ସ ବେହେରାଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ସୁନ୍ଦରଗଡ଼ରୁ ଗିରିଷ ସାହୁ ଓ କେନ୍ଦ୍ରାପଡ଼ାରୁ ଶଶାଙ୍କ ଶେଖର ସେଠୀଙ୍କୁ ଦାୟିତ୍ୱ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଦୁଇଟି ପର୍ୟ୍ୟାୟରେ ଘୋଷଣା ହୋଇପାରେ ରାଜ୍ୟ ବିଜେପି ଜିଲ୍ଲା ସଭାପତିଙ୍କ ନାମ । ଆଜି ପ୍ରଥମ ଦିନରେ ୨୩ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରେ । ପ୍ରଥମ ପର୍ଯ୍ୟାୟରେ ୨୩ ଟି ଏବଂ ପରେ ବାକି ୧୪ ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯାଇପାରେ ।

Leave a Reply

Your email address will not be published. Required fields are marked *