ନ୍ୟୁଜ ଡେକ୍ସ : ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । FM କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ, ବିଜେଡ଼ି ସରକାର ୨୪ବର୍ଷ ଶାସନ କରିଛି । ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନେ ଶାସନ ଚଳାଉଥିଲେ ।
ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି । ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ଆଇନା ଦେଖାଇ କହିଛନ୍ତି, ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଏବଂ କଂଗ୍ରେସ ଆତ୍ମ ସମୀକ୍ଷା କରିବା ଉଚିତ୍ ଥିଲା। ନିଜ ଶାସନ ଅମଳରେ କଂଗ୍ରେସ ୪୦ ବର୍ଷ ଏବଂ ବିଜେଡି ୨୪ ବର୍ଷ ଧରି ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା। ବିଜେଡ଼ି ସରକାର ଓଡିଶାକୁ ୨୪ ବର୍ଷ ଶାସନ କରିଛନ୍ତି। ଏବେ ବିଜେଡି ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛି।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ତାହା ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ୪୦ ବର୍ଷ ସରକାରରେ ଥିଲା। ସେତେବେଳେ ବହୁ ସଂଖ୍ୟାରେ ମହିଳାମାନଙ୍କ ସହ ଅଘଟଣ ଘଟିଥିଲା। କେବେ ବି ରାଷ୍ଟ୍ରପତି ଆସିଥିଲେ କି ?ବିଜେଡି ୨୪ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ। କଂଗ୍ରେସ ୪୦ ବର୍ଷ ସରକାରରେ ଥିଲା ।

