Fri. Apr 17th, 2026

ନ୍ୟୁଜ ଡେକ୍ସ : ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ ପୂର୍ବ କଟକଣା ପ୍ରତ୍ୟାହାର କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଘଣ୍ଟାଏରେ ବଦଳିଗଲା ନୋଟିସ। ସାଢ଼େ ୫ଟା ପରେ ବି କ୍ୟାମ୍ପସରେ ରହିପାରିବେ ଛାତ୍ରୀ ଓ ମହିଳା କର୍ମଚାରୀ। ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଢ଼େ ୫ଟା ପରେ ଛାତ୍ରୀ କ୍ୟାମ୍ପସ ବାହାରେ ନରହିବାକୁ ଥିଲା ପୂର୍ବ ନିର୍ଦ୍ଦେଶ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଖୁବଶୀଘ୍ର ଏ ନେଇ ନୂଆ ବିଜ୍ଞପ୍ତି ଆସିବ । ତେବେ ବିଜ୍ଞପ୍ତି ପ୍ରତ୍ୟାହୃତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସୂଚନାଥାଉକି, ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ପରେ ମହିଳା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।

ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଥିଲା ଯେ, ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ରେଭେନ୍ସା କ୍ୟାମ୍ପସ ମନା । ନୂଆ କଟକଣା ଲଗାଇଥିଲା ରେଭେନ୍ସା ବିଶ୍ବବିଦ୍ୟାଳୟ। ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଥିଲା ରେଭେନ୍ସା । ହେଲେ ନିର୍ଦ୍ଦେଶର ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି ।

Leave a Reply

Your email address will not be published. Required fields are marked *