Thu. Oct 23rd, 2025
African elephant (Loxodonta africana) Bull elephant with large tusks. Amboseli National Park Kenya. Dist. Sub-saharan Africa

ନ୍ୟୁଜ ଡେକ୍ସ : ହାତୀ ପାଇଁ ଦିନଟିଏ । ଆଜି ବିଶ୍ଵ ହାତୀ ଦିବସ ।ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ଉକ୍ତ ଦିନଟିକୁ ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ଉଦ୍ଦେଶ୍ୟରେ ସମର୍ପିତ । ଏହି ନୀରିହ ପଶୁଟି ପାଇଁ ଜନସଚେତନତା ସୃଷ୍ଟି କରିବା ଦିଗରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି ହାତୀ ହେଉଛି ମଣିଷର ବନ୍ଧୁ ।

କିନ୍ତୁ ପରିବର୍ତ୍ତିତ ସମୟରେ ଏବେ ମଣିଷର ବଡ ଶତ୍ରୁ ଭାବେ ହାତୀକୁ ଗଣନା କରାଯାଉଛି । ପରିବେଶ ସନ୍ତୁଳନରେ ସବୁଠାରୁ ବଡ ପ୍ରାଣୀ ଏହି ହାତୀର ପ୍ରମୁଖ ଭୂମିକା ରହିଛି । କିନ୍ତୁ ଆଜିର ଦିନରେ ଏହି ପ୍ରାଣୀର ଅସ୍ତିତ୍ୱ ବିପଦରେ । ଚଳିତ ବର୍ଷ ଏହାର ଥିମ୍‍ ରହିଛି ‘ହାତୀମାନଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ୱକୁ ଏକାଠି କରିବା’ । ଚଳିତ ବର୍ଷ ଏହି ଦିବସ ମଙ୍ଗଳବାର ପଡୁଥିବାରୁ ନନ୍ଦନକାନନ ଆଖପାଖ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକ ଓ କର୍ମଚାରୀଙ୍କୁ ନେଇ ହାତୀ ସଫାରୀରେ ଏହା ପାଳନ କରାଯିବ ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଅସହାୟ ଅବସ୍ଥାରେ ବହୁ ହାତୀ ଶାବକଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଉଛି । ସେମାନଙ୍କୁ ବଞ୍ଚାଇ ରଖିବାରେ ନନ୍ଦନକାନନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ଉପନିର୍ଦେଶକ ସନଥ କୁମାର ନାରାୟଣ ।ହାତୀ ଶାବକଙ୍କୁ ନୂଆ ଜୀବନ ଦେବାକୁ ଉଦ୍ଧାର କେନ୍ଦ୍ରର ପରିକଳ୍ପନା କରାଯାଇଛି । ଏହି କେନ୍ଦ୍ରର ମୁଖ୍ୟ ଆକର୍ଷଣ ପାଲଟିଛି ହାତୀ ଶବକ ‘ଆଶା ଓ ଲିସା’ ।

African elephant (Loxodonta africana) Bull elephant with large tusks. Amboseli National Park Kenya. Dist. Sub-saharan Africa

Leave a Reply

Your email address will not be published. Required fields are marked *