ନ୍ୟୁଜ ଡେକ୍ସ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ହଟେଇଛି ବିଜେପି । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, “୧୨ବର୍ଷ ହେବ ଆପ୍ ସରକାରର ମିଛ ପ୍ରତିଶ୍ରୁତିରେ ଦିଲ୍ଲୀବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଂଚିଥିଲା ।
ଦିଲ୍ଲୀରେ ମୋଦି ଗ୍ୟାରେଂଟି ଏବଂ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମରୁ ଦଳ ବିପୁଳ ସଂଖ୍ୟାରେ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି। ” ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦଳର କର୍ମୀ ଓ ନେତାମାନେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳକୁ ଆଣିଥିଲେ । ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମଥର ପାଇଁ ଆଜି ଶ୍ରୀ ପଣ୍ଡା ଭୁବନେଶ୍ୱରରେ ପହଂଚିଛନ୍ତି । ତାଙ୍କୁ ସ୍ୱାଗତ ଓ ଧନ୍ୟବାଦ ଜଣାଇବା ପାଇଁ ଶହଶହ କର୍ମୀ ଓ ନେତା ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ପହଂଚିବା ପରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭ ବର୍ଷ ହେବ ଦିଲ୍ଲୀ ଅବହେଳିତ ଅବସ୍ଥାରେ ଥିଲା, ସେଠାରେ ବିକାଶ ନିମ୍ନଗାମୀ ହୋଇଯାଇଥିଲା । ୧୨ବର୍ଷ ହେବ ଆପ୍ ସରକାରର ମିଛ ପ୍ରତିଶ୍ରୁତିରେ ଦିଲ୍ଲୀବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଂଚିଥିଲା । ଦିଲ୍ଲୀରେ ମୋଦି ଗ୍ୟାରେଂଟି ଏବଂ କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ବିଜେପି ବିପୁଳ ସଂଖ୍ୟାରେ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି ।
