Fri. Apr 17th, 2026

ନ୍ୟୁଜ ଡେକ୍ସ: ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭରୁ ଆକ୍ସନ ମୁଡ୍ରେ ବିରୋଧୀ ଦଳ ନେତା। ବିଧାନସଭାରେ ପାଦ ଦେଉ ଦେଉ ଚମ୍ପୁଆ ବିଧାୟକଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ। ବିଧାୟକ ଦଳ ବୈଠକରେ ଅନୁପସ୍ଥିତି ଯୋଗୁଁ ସନାତନ ମହାକୁଡ଼ଙ୍କୁ ତେରଛା ବାଣ ମାରିଲେ ନବୀନ। ବିଧାନସଭାକୁ ଯାଉଥିବା ବେଳେ ଚମ୍ପୁଆ ବିଧାୟକ ସନା ମହାକୁଡଙ୍କୁ ଦେଖି ତାଗିଦ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ପଚାରିଥିଲେ, କାହିଁକି ବିଧାୟକ ଦଳ ବୈଠକରେ ସେ ଯୋଗ ଦେଲେନି? ଉତ୍ତରରେ ଅସୁସ୍ଥତା କାରଣ ଦର୍ଶାଇଥିଲେ ସନା। ହେଲେ ଏଥିରେ ସନ୍ତୁଷ୍ଟ ହୋଇନଥିଲେ ନବୀନ । ବିଜେପି ପାଇଁ ଦୁର୍ବଳତା ଅଛିକି, ବୋଲି ପ୍ରଶ୍ନ କରିବା ସହ ସନାଙ୍କୁ ତେରେଛା ବାଣ ମାରିଛନ୍ତି ନବୀନ ।ଗୁରୁବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଏହା ପୂର୍ବରୁ ବୁଧବାର ଦିନ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ ।

ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ଯାହାକୁ ନେଇ ଆଜି ବିଧାନସଭାରେ ସନାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ନବୀନ।ଏହି ଖବରଟିକୁ ପଢନ୍ତୁ-ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ : ଅଭିଭାଷଣ ରଖିଲେ ରାଜ୍ୟପାଳ, କହିଲେ ‘୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ରହିବ ପ୍ରମୁଖ ଭୂମିକା’

Leave a Reply

Your email address will not be published. Required fields are marked *