Mon. Dec 23rd, 2024

ନ୍ୟୁଜ ଡେକ୍ସ: ପୁଣିଥରେ କୌଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଦୁଇ ଦେଶ ମଧ୍ୟରେ ପାଞ୍ଚ ବର୍ଷର ବ୍ୟବଧାନ ପରେ ବେଜିଂରେ ସ୍ୱତନ୍ତ୍ର ପ୍ରତିନିଧୀଙ୍କ ୨୩ତମ ବୈଠକରେ ୬ଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି। ଡିସେମ୍ବର ୨୦୧୯ ପରଠାରୁ ପ୍ରଥମ ଥର ପାଇଁ ପୂର୍ବ ଲଦାଖରେ ଚାରି ବର୍ଷର ବିବାଦ ପରେ ସମ୍ପର୍କର ପୁନରୁଦ୍ଧାରକୁ ଦୃଷ୍ଟିରେ ରଖି ସୀମା ପ୍ରସଙ୍ଗରେ ଗଠିତ ଏହି ଯନ୍ତ୍ରର ଶେଷ ବୈଠକ।

ତେବେ ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚରେ ଥିବା ଲିପୁଲେଖ ପାସ୍ ଦେଇ କୈଳାଶ ମାନସରୋବର ଯାତ୍ରା ଆରମ୍ଭ ହୁଏ। ଏହି ଯାତ୍ରା ଜୁନ୍ ମାସରେ ଆରମ୍ଭ ହୋଇଥିଲାବେଳେ ଏହାର ପ୍ରସ୍ତୁତି ଜାନୁଆରୀରୁ ଆରମ୍ଭ ହୋଇଥାଏ। କୈଳାଶ ମାନସରୋବର ଯାତ୍ରା ଏକ ପବିତ୍ର ତୀର୍ଥ ଯାହା ହିନ୍ଦୁ ଧର୍ମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଯାତ୍ରା ତିବ୍ଦତର କୈଳାଶ ପର୍ବତ ଏବଂ ମାନସରୋବର ହ୍ରଦ ପରିଦର୍ଶନକୁ ବୁଝାଏ, ଉଭୟକୁ ପବିତ୍ର ସ୍ଥାନ ଭାବରେ ବିବେଚନା କରାଯାଏ। ଆଉ ଏହି ସମୟରେ ବିନା ବାଧାରେ କୈଳାସ ମାନସରୋବର ଯାତ୍ରା ପାଇଁ ଚୁକ୍ତି ହୋଇଛି। ତେବେ କିଛି ବର୍ଷ ଧରି କୈଳାସ ମାନସରୋବର ଯାତ୍ରା ବନ୍ଦ ଥିବା ବେଳେ ସେବେଠାରୁ ଏହି ଯାତ୍ରାରୁ ବଞ୍ଚିତ ଥିଲେ ଭକ୍ତ ।

ହେଲେ ବର୍ତ୍ତମାନ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ପରେ ପୁଣି ଥରେ ପବିତ୍ର ଯାତ୍ରାର ମାର୍ଗ ଖୋଲିବା ନେଇ ସୂଚନା ମିଳିଛି। ପ୍ରକାଶ ଥାଉକି, କୈଳାସ ମାନସରୋବର ତିବ୍ଦତରେ ଅବସ୍ଥିତ । ଚୀନ ଏବେ ତିବ୍ଦତକୁ ଅଧିକାର କରିଥିବାରୁ କୈଳାସ ଓ ମାନସରୋବର ମଧ୍ୟ ଚୀନ ଅଧିନରେ ଆସୁଛି । ଗତ ପାଞ୍ଚ ବର୍ଷ ହେବ ଏହି ଯାତ୍ରା ବନ୍ଦ ରହିଥିଲା । ଯାହା ଏବେ ପୁଣି ଥରେ ଆରମ୍ଭ କରିବାକୁ ରାଜି ହୋଇଛି।

Leave a Reply

Your email address will not be published. Required fields are marked *