Sun. Apr 19th, 2026

ନ୍ୟୁଜ ଡେକ୍ସ: ନୋଏଡା ଅଥରିଟିରେ ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ଘର ସମ୍ପର୍କୀତ ଫାଇଲ ନେଇ ଅଧିକାରୀଙ୍କ ପାଖକୁ ଆସିଥିଲେ। ବାରମ୍ବାର ଦୌଡିଦୌଡି ନିରାଶ ହୋଇ ସେ ସୋମବାର ସିଇଓ ଲୋକେଶ ଏମଙ୍କ ଭେଟିଥିଲେ। ବୃଦ୍ଧ ଦମ୍ପତିଙ୍କଠୁ ସବୁ ଶୁଣିବା ପରେ ସିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଗୃହ ବିଭାଗର ଅଧିକାରୀମାନଙ୍କୁ ଏକ ନିର୍ଦ୍ଦେଶ ଦେଇଥିଲେ।

ଅଧ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ା ହୋଇ କାମ କରିବାକୁ ଦେଲେ ନିର୍ଦ୍ଦେଶ।ଏପରି ଏକ ରୋଚକ ଘଟଣା ଉତ୍ତରପ୍ରଦେଶର ନୋଏଡାରେ ଘଟିଛି। ଏକ ବୟସ୍କ ଦମ୍ପତି ନିଜ ସମସ୍ୟାର ସମାଧାନ ଆଶାରେ କର୍ତ୍ତୃପକ୍ଷଙ୍କ ଆବାସିକ ଭୁ଼ଖଣ୍ଡ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଅପେକ୍ଷା କରିବା ସତ୍ତ୍ୱେ କେହି ସେମାନଙ୍କ ସମସ୍ୟା ଶୁଣିଲେ ନାହିଁ। ନିଜ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିରେ ନୋଏଡା ପ୍ରାଧିକରଣ ସିଇଓ ଲୋକେଶ ଏମ୍ ଏହା ଦେଖିଥିଲେ। ଏନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କିଛି ସମୟ ପରେ ସିଇଓ ପୁଣି ଥରେ ସିସିଟିଭି ଯାଞ୍ଚ କରି ବୃଦ୍ଧ ଦମ୍ପତି ପୂର୍ବ ପରି ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ।

ଏହାଦେଖି ସେ ନିଜ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀ ଓ କର୍ମଚାରୀଙ୍କୁ ଟ୍ୟୁସନ୍ କରିଥିଲେ। ଏଥିସହ ତୁରନ୍ତ ଛିଡ଼ା ହୋଇ ଅଧ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ବ୍ରେକ୍ ନ ନେଇ ପ୍ରାୟ ଅଧ ଘଣ୍ଟା ଛିଡା ହେବାକୁ ସିଇଓ ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ସମାପ୍ତ ହେବା ପରେ ଅଧିକାରୀ ଏବଂ କର୍ମଚାରୀ ବସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *