Fri. Oct 24th, 2025

ନ୍ୟୁଜ ଡେକ୍ସ: ହରିୟାଣାର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ମହିଳା ୟୁଟ୍ୟୁବର ଜଣକ ଭାରତରେ ରହି ଶତ୍ରୁ ଦେଶ ପାକିସ୍ତାନକୁ ଭାରତର ତଥ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗିରଫ ହୋଇଥିବା ଛଅ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରେ ଜ୍ୟୋତି ଜଣେ ।

ପାକିସ୍ତାନ ପାଇଁ ଗୁପ୍ତଚର ପାଲଟିଥିବା ପଞ୍ଜାବର ମଲେରକୋଟଲା ଏବଂ ହରିୟାଣାରରୁ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି।ଜ୍ୟୋତି ‘ଟ୍ରାଭେଲ୍ ୱିଥ୍ ଜୋ’ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାନ୍ତି ଏବଂ ପାକିସ୍ତାନ ଗସ୍ତ ସମୟରେ ସେ ଦେଶର ଗୁଇନ୍ଦା ସଂସ୍ଥା ISIର ଏଜେଣ୍ଟମାନଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ଜ୍ୟୋତି ମାଲହୋତ୍ରା ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଦାନିଶ ନାମକ ଜଣେ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଏବଂ ଦାନିଶ ତାଙ୍କୁ ପାକିସ୍ତାନ ମଧ୍ୟ ପଠାଇଥିଲେ। ଜ୍ୟୋତି ମାଲହୋତ୍ରା ନିଜର ଟ୍ରାଭେଲ୍ ଚ୍ୟାନେଲ୍ ଚଲାନ୍ତି, ସେ ପାକିସ୍ତାନ ମଧ୍ୟ ଯାଇଥିଲେ ଏବଂ ସେଠାରେ ଅନେକ ଗୁପ୍ତ ସୂଚନା ସେୟାର କରୁଥିଲେ।

ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସମ୍ବେଦନଶୀଳ ସୂଚନା ଦେବାର ଗମ୍ଭୀର ଅଭିଯୋଗ ରହିଛି। ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଜ୍ୟୋତି ମାଲହୋତ୍ରା କମିଶନ ମାଧ୍ୟମରେ ପାକିସ୍ତାନ ଭିସା ପାଇଥିଲେ ଏବଂ ସେ ସେଠାକୁ ଯାଇଥିଲେ।ଏହି ସମୟ ମଧ୍ୟରେ, ସେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଦାନିଶଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲେ। ସୂତ୍ରଗୁଡ଼ିକ କୁହନ୍ତି ଯେ ଏହିଠାରୁ ତାଙ୍କର ପାକିସ୍ତାନୀ ଗୁଇନ୍ଦା ବିଭାଗ ସହିତ ସମ୍ପର୍କ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *