Thu. Jun 4th, 2026

ନ୍ୟୁଜ ଡେକ୍ସ: ବିବାଦ ଘେରରେ ୟୁଟ୍ୟୁବର ତଥା ଟ୍ରାଭେଲ ବ୍ଲଗର ଲବ ହାଁସଦା । ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ ପରେ ଫସିଛନ୍ତି ୟୁଟ୍ୟୁବର ଲବ । ଆତ୍ମହତ୍ୟା ପାଇଁ ଲବଙ୍କୁ ଦାୟୀ କଲେ ପ୍ରେମିକାଙ୍କ ପରିବାର । ଲବ ହାଁସଦାଙ୍କ ବିରୋଧରେ ବେଙ୍ଗାଲୁରୁରେ ଏତଲା ହୋଇଛି ।

ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଲବଙ୍କ ପତ୍ତା ମିଳୁନି । ଏହାରି ଭିତରେ ଶୁଣିବାକୁ ମିଳୁଛି ଲବ ବିବାହିତ । ବିବାଦ ଭିତରେ ଉଠିଛି ଏଭଳି ପ୍ରଶ୍ନ । ଏପରିକି ସେ ବିବାହିତ ଏବଂ ତାଙ୍କର ଏକ ଝିଅ ରହିଛି ବୋଲି ଅଭିଯୋଗ ହୋଇଛି। ତାଙ୍କ ପ୍ରେମିକାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ପରେ ବେଙ୍ଗାଲୁରୁ ପୋଲିସ ହାଂସଦାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ଝିଅର ମୃତ୍ୟୁ ପାଇଁ ହାଂସଦା ଦାୟୀ ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏପରିକି ତାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଯୋଗୁଁ ତାଙ୍କ ଝିଅ ମାନସିକ ଯନ୍ତ୍ରଣାରେ ରହୁଥିଲେ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *