ନ୍ୟୁଜ ଡେକ୍ସ : ଭାରତୀୟ ମହିଳା କ୍ରିକେଟ ଦଳ ଐତିହାସିକ ସଫଳତା ଅର୍ଜନ କରି ଏବେ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ କ୍ରିକେଟର ଚାମ୍ପିଅନ ମୁକୁଟ ପିନ୍ଧିଛି । ଏହି ବିଜୟ ସହିତ ଭାରତୀୟ ମହିଳା କ୍ରିକେଟ ଦଳ ଦେଶରେ ନୂଆ ଐତିହାସ ଲେଖିଛି । ଦେଶର ସମସ୍ତ ସ୍ତରରୁ ଅଭିନନ୍ଦନର ବନ୍ୟା ବହିଯାଉଛି ।ଏହି ଐତିହାସିକ ବିଜୟକୁ ଉଦ୍ଜାପନ କରିବା ପାଇଁ ଦେଶର ପ୍ରମୁଖ ଗାଡ଼ି ନିର୍ମାତା ଟାଟା ମୋଟର୍ସ ଟିମ୍ ଇଣ୍ଡିଆକୁ ଏକ ବିଶେଷ ଉପହାର ଘୋଷଣା କରିଛି ।
କମ୍ପାନୀ ଘୋଷଣା କରିଛି ଯେ, ଟିମ୍ର ପ୍ରତ୍ୟେକ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ୨୫ ଲକ୍ଷ ଟଙ୍କା ମୂଲ୍ୟର ନୂଆ ଟାଟା ସିଏରା ଏସୟୁଭି କାର୍ ଉପହାର ଦିଆଯିବ ।ଟାଟା ମୋଟର୍ସ ପକ୍ଷରୁ ଜଣାଯାଇଛି ଯେ, ଏହି କାର୍ ହେଉଛି ଟାଟା ସିଏରାର ପ୍ରଥମ ପିଢ଼ି, ଯାହାକୁ ନୂଆ ଆକାରରେ ଆଣାଯାଇଛି ଏବଂ ଏହାର ଆଧିକାରିକ ଲଞ୍ଚିଂ ୨୫ ନଭେମ୍ବର ତାରିଖରେ ହେବ । ଟାଟା ମୋଟର୍ସ ପାସେଞ୍ଜର ଭେହିକଲ୍ସ ଲିମିଟେଡର ଏମଡି ଏବଂ ସିଇଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି —“ଭାରତୀୟ ମହିଳା କ୍ରିକେଟ ଟିମ୍ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ଚମତ୍କାର ବିଜୟ ସହିତ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି ।
ସେମାନଙ୍କର ଏହି ଉପଲବ୍ଧି ନୂତନ ପିଢ଼ୀର ମହିଳା କ୍ରିଡ଼ାଳୀମାନଙ୍କୁ ପ୍ରେରିତ କରିବ ।”ଏହି ସୁସମାଚାର ପାଇଁ ମହିଳା ଖେଳାଳୀମାନେ ଏବଂ ଭକ୍ତମାନେ ଭାରତ ଜୁଡ଼ି ଖୁସି ପ୍ରକାଶ କରୁଛନ୍ତି । ଟାଟା ମୋଟର୍ସର ଏହି ପଦକ୍ଷେପ ଦେଶରେ ମହିଳା କ୍ରିକେଟର ଉନ୍ନତି ଓ ସମ୍ମାନ ପ୍ରତି ଏକ ସକାରାତ୍ମକ ସନ୍ଦେଶ ପଠାଇଛି ।ଏହା ସହିତ, ମହିଳା ବିଶ୍ୱକପ ଜିତି ଭାରତୀୟ ଟିମ୍ କେବଳ କ୍ରିଡ଼ା ନୁହେଁ, ଦେଶର ସମସ୍ତ ମହିଳାଙ୍କ ପାଇଁ ଆତ୍ମବିଶ୍ୱାସ ଓ ସଫଳତାର ନୂତନ ମାନକ ସୃଷ୍ଟି କରିଛି ।

