ନ୍ୟୁଜ ଡେକ୍ସ: ଭାରତୀୟ ଟିମ୍ର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ଏବେ ଅଷ୍ଟେ୍ରଲିଆ ଗସ୍ତରେ ଅଛନ୍ତି। ଗୁରୁବାର ଭାରତୀୟ ଟିମ୍ ବ୍ରିସବେନ୍ରୁ ମେଲବର୍ଣ୍ଣ ଅଭିମୁଖେ ଗସ୍ତ କରିଛନ୍ତି। ଏହି ସମୟରେ କୋହଲି ଏୟାରପୋର୍ଟରେ ଖୁବ୍ ରାଗିଯାଇଥିବାର ଦେଖିବାକୁ ମିଳିଥିଲେ। କାରଣ ସେଠାରେ ଥିବା କ୍ୟାମେରାମ୍ୟାନ୍ କୋହଲି ଓ ତାଙ୍କ ପରିବାରର ଫଟୋ ନେବାକୁ ଚେଷ୍ଟା କରୁଥିଲେ। ଦ୍ୱିତୀୟ ସନ୍ତାନ ଅକାୟ ଜନ୍ମ ପୂର୍ବରୁ ବିରାଟ ପତ୍ନୀ ଓ ଝିଅଙ୍କ ସହ ଅଧିକାଂଶ ସମୟ ଲଣ୍ଡନରେ ଅତିବାହିତ କରୁଥିଲେ।
ସେଠାରେ ତାଙ୍କର ଘର ଥିବା ଜଣାଯାଇଛି। ଏବେ ଅବସର ନେବା ପରେ ବିରାଟ ପରିବାର ସହ କ୍ୱାଲିଟି ସମୟ ଅତିବାହିତ କରୁଛନ୍ତି। ଏଥିସହ ପିଲାଙ୍କ ଭବିଷ୍ୟତ ନିମନ୍ତେ ଲଣ୍ଡନ ସିଫ୍ଟ ହେବାକୁ ବିରାଟ ଓ ଅନୁଷ୍କା ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏକ ଗଣମାଧ୍ୟମକୁ ଶର୍ମା କହିଛନ୍ତି ଯେ ସେ ଖୁବଶୀଘ୍ର ପତ୍ନୀ ଓ ପିଲାମାନଙ୍କୁ ନେଇ ଭାରତ ଛାଡ଼ି ସ୍ଥାୟୀ ଭାବେ ଲଣ୍ଡନରେ ବସବାସ କରିବେ।
ତେବେ ଏବେ ସେ ଭାରତରେ ରହିବେ। ଗତ କିଛି ମାସ ଧରି ବିରାଟ ପରିବାର ସହ ଲଣ୍ଡନରେ ଅଧିକ ସମୟ ରହୁଥିବା ଦେଖାଯାଉଛି। ତେବେ ଏଥର ସେ ଭାରତକୁ ବାଏ ବାଏ କହି ସବୁଦିନ ପାଇଁ ଲଣ୍ଡନ ଚାଲିଯିବେ ବୋଲି ଶୁଣିବାକୁ ମିଳିଛି। ଏହି ଘଟଣା ବିରାଟଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଦେଇଛି।