ନ୍ୟୁଜ ଡେକ୍ସ : ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ ଟି–୨୦ ମ୍ୟାଚ୍ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଉଭୟ ଦଳ ଗୁରୁବାର ଅହମ୍ମଦାବାଦରେ ପହଞ୍ଚିଛନ୍ତି। ମ୍ୟାଚ୍କୁ ନେଇ ଯେଉଁଠି କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି, ସେଉଠି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ତୀବ୍ର ହୋଇଛି।ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ବୋଲି କୁହାଯାଉଥିବା ମାହିକା ଶର୍ମାଙ୍କ ସହ ଲକ୍ଷ୍ନୌରୁ ଅହମ୍ମଦାବାଦକୁ ଯାତ୍ରା କରିଥିବା ଦେଖାଯାଇଛି।
ବିମାନବନ୍ଦରରେ ଉଭୟଙ୍କୁ ଏକାଠି ଦେଖିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ହାର୍ଦ୍ଦିକ ମାହିକାଙ୍କ କାନ୍ଧରେ ହାତ ରଖି ବିମାନବନ୍ଦର ଛାଡ଼ୁଥିବା ଦେଖାଯାଉଛି।ହେଲେ ଟିମ୍ ଇଣ୍ଡିଆର ବସ୍ ଚଢ଼ିବା ପୂର୍ବରୁ ହାର୍ଦ୍ଦିକଙ୍କୁ ମାହିକାଙ୍କୁ ଅଲଗା ହେବାକୁ ପଡିଥିଲା। ସେ ମାହିକାଙ୍କୁ କାର ଭିତରକୁ ନେଇଯାଇଥିବା ବେଳେ, ପରେ ମାହିକା ହୋଟେଲକୁ ଚାଲିଯାଇଥିଲେ। ଏହି ସମୟରେ ମାହିକା ଟିକେ ନିରାଶ ଲାଗୁଥିବା ପ୍ରଶଂସକମାନେ ଅନୁମାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇଯିବା ପରେ ମାହିକା ଶର୍ମାଙ୍କ ସହ ତାଙ୍କ ନାମ ଯୋଡ଼ାଯାଉଛି।
ଗତ କିଛି ବର୍ଷ ମଧ୍ୟରେ ଉଭୟଙ୍କୁ ଅନେକ ଥର ଏକାଠି ଦେଖାଯାଇଛି।ମାହିକା ଶର୍ମା ଜଣେ ଭାରତୀୟ ମଡେଲ, ଅଭିନେତ୍ରୀ ଏବଂ ଫିଟନେସ୍ ଇନଫ୍ଲୁଏନ୍ସର। ସେ ଦିଲ୍ଲୀର ବାସିନ୍ଦା ଏବଂ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି। ହାର୍ଦ୍ଦିକଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସେ କିଛି ସମୟ ଧରି ଚର୍ଚ୍ଚାରେ ରହିଆସୁଛନ୍ତି।ଏବେ ଦେଖିବାକୁ ରହିଲା, ମାଠରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରଦର୍ଶନରେ କେତେ ଦମ ଦେଖାଇପାରୁଛନ୍ତି ଓ ଭାରତୀୟ ଦଳ ସିରିଜ୍ରେ କେମିତି ଫଳାଫଳ ଆଣୁଛି।

