ନ୍ୟୁଜ ଡେକ୍ସ: ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ । ଭାରତ- ପାକ୍ ଉତ୍ତେଜନା ଭିତରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ନେଇ ଏୟାର ଇଣ୍ଡିଆ ମଧ୍ୟ Xରେ ପୋଷ୍ଟ କରିଛି । ଜମ୍ମୁକାଶ୍ମୀର, ଶ୍ରୀନଗର, ଲେହ, ଯୋଧପୁର, ଅମ୍ରିତସର, ଭୁଜ, ଜାମନଗର, ରାଜକୋଟରୁ ଏୟାର ଇଣ୍ଡିଆ ମଧ୍ୟ ନିଜର ସବୁ ବିମାନ ଚଳାଚଳକୁ ବନ୍ଦ କରିଛି ।
ଅନେକ ଏୟାରଲାଇନ୍ସକୁ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କରି ବିମାନ ବନ୍ଦର ବନ୍ଦ ହେଉଥିବା ଓ ସୁରକ୍ଷା ପ୍ରୋଟୋକଲ୍ ବିଷୟରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ସମସ୍ତ ଏୟାରଲାଇନକୁ ଜଣାଇ ଦିଆଯାଇଥିଲା ଯେ, କେନ୍ଦ୍ରର ନିର୍ଦ୍ଦେଶ ମୁତାବକ ଯାତ୍ରୀଙ୍କୁ ବିମାନ ଉଡାଣ ଭରିବାର ତିନି ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ପଡ଼ିବ।
ଏୟାର ଇଣ୍ଡିଆ ନିଜର ବୟାନରେ କହିଛି ଯେ, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଚଣ୍ଡିଗଡ଼, ଭୁଜ, ଜାମନଗର ଓ ରାଜକୋଟ୍ରୁ ଯାତାୟତ କରୁଥିବା ସମସ୍ତ ବିମାନ ମେ ୧୫ ସକାଳ ୫ଟା ୨୯ ସୁଦ୍ଧା ରଦ୍ଦ କରାଯାଉଛି। ଏହି ଟିକେଟ୍ ଉପରେ ରିସିଡ୍ୟୁଲିଂ କିମ୍ବା କ୍ୟାନ୍ସଲେସନର ଚାର୍ଜ ଲାଗିବ ନାହିଁ। ଇଣ୍ଡିଗୋ ବି ଘୋଷଣା କରିଛି ଯେ, ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା, ବିକାନେର, ଯୋଧପୁର, କିଶନଗଡ଼ ଓ ରାଜକୋଟ୍ର ଉଡ଼ାଣ ମେ ୧୫ ସକାଳ ୫ଟା ୩୦ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି।
