Sat. Apr 18th, 2026

ନ୍ୟୁଜ ଡେକ୍ସ : କଟକ ଜିଲ୍ଲା ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବେଆଇନ ସମ୍ପତ୍ତି ସଞ୍ଚୟ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘରେ ଓ ସଂପୃକ୍ତ ସ୍ଥାନଗୁଡ଼ିକରେ ଏକାଧିକ ଟିମ୍‌ ଦ୍ୱାରା ଚଢାଉ ଜାରି ରଖାଯାଇଛି।ଭିଜିଲାନ୍ସ ସୂଚନା ଅନୁଯାୟୀ, ଅତିରିକ୍ତ ତହସିଲଦାରଙ୍କ ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ମୋଟ ୪ଟି ସ୍ଥାନରେ ଏହି ଚଢାଉ ଚାଲିଛି।

ଚଢାଉ ସମୟରେ ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଗୋପାଳୁଣୀ ନଗରରେ ଥିବା ଏକ ୩ ମହଲା କୋଠା, ବଡ଼ଗଡ଼ ବ୍ରିଟ୍ କଲୋନୀରେ ଅନ୍ୟ ଏକ ୩ ମହଲା ଘର ଏବଂ ଖୋର୍ଦ୍ଧା ଜିଲ୍ଲାର ସାନପଲ୍ଲା ଅଞ୍ଚଳରେ ଥିବା ୨ ମହଲା କୋଠା ଠାବ ହୋଇଥିବା ସୂଚନା ମିଳିଛି।ଭିଜିଲାନ୍ସ ପକ୍ଷରୁ ଜଣାପଡ଼ିଛି ଯେ, ଅତିରିକ୍ତ ତହସିଲଦାରଙ୍କ ଆୟ ସହ ମେଳ ନଥିବା ସମ୍ପତ୍ତି ସଞ୍ଚୟ ଅଭିଯୋଗରେ ଏହି ଚଢାଉ କରାଯାଇଛି।

ଚଢାଉ ସମୟରେ ଗୁରୁତ୍ୱପୂର୍ଣ୍ଣ ଦଲିଲପତ୍ର, ବ୍ୟାଙ୍କ ଜମା, ନଗଦ ଟଙ୍କା ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି। ଏହି ଭିଜିଲାନ୍ସ ଚଢାଉରେ ୪ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର (ଏସ୍‌ଆଇ) ଓ ୮ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସ୍‌ଆଇ) ସାମିଲ୍ ରହିଛନ୍ତି। ଚଢାଉ ଶେଷ ହେବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ସହ ଆଗାମୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯିବ।

Leave a Reply

Your email address will not be published. Required fields are marked *