Sun. Apr 19th, 2026

ନ୍ୟୁଜ ଡେକ୍ସ: ବୁର୍ଲା ଭିମ୍ସାର୍ରେ ସାଂଘାତିକ ବିଦ୍ୟୁତ୍ ବିଭ୍ରାଟ୍ । ମେଡିକାଲର କ୍ୟାନ୍ସର ୱାର୍ଡରେ ବିନା କୌଣସି ପ୍ରାକ୍ ସୂଚନାରେ ବିଦ୍ୟୁତ୍ କାଟ୍ କଲେ ଜିଇଡି ବିଭାଗ । ଅନ୍ଧାରରେ ପଡିରହିଥିଲେ କେମୋ ଚିକିତ୍ସା ନେଉଥିବା କ୍ୟାନ୍ସର ରୋଗୀ ।

ଜରୁରି ପରିସ୍ଥିତିରେ କିଛି ରୋଗୀଙ୍କୁ ବାଧ୍ୟହୋଇ ମୋବାଇଲ ଲାଇଟ୍ରେ କେମୋ ଚିକିତ୍ସା ଦିଆଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ରୋଗୀଙ୍କୁ କେମୋ ଦେବା ସମୟରେ ଲାଇନ କଟିଥିଲା। ହେଲେ ୩ ଘଣ୍ଟା ଯାଏ ଲାଇନ୍ ଆସିନଥିଲା। ଫଳରେ ଏହି ଅନ୍ଧାରକୁ ଖାତିର ନକରି ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ ଥେରାପି।

ଅନ୍ୟପଟେ ଜେନେରେଟର୍‌ ଥାଇ ବି ଲଗାଇନଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସେହିପରି ଏହି ଅଭିଯୋଗକୁ ନେଇ ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଗତ ୧୧ରେ ମରାମତି କାମ ପାଇଁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ହେଲେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୀମସାର ଅଧୀକ୍ଷକ କହିଛନ୍ତି।

Leave a Reply

Your email address will not be published. Required fields are marked *