ନ୍ୟୁଜ ଡେକ୍ସ: ପାଖରେ ନାହିଁ ଦାନା କନା, କିନ୍ତୁ ସବୁଠି ଫୁଟାଣିର ବାନା । ଏକଥା କେବଳ ପାକିସ୍ତାନ ପାଇଁ ପ୍ରଜୁଯ୍ୟ । ଦେଶ ଚଳାଇବାକୁ ପାଖରେ ଅର୍ଥ ନାହିଁ । ହେଲେ ଆତଙ୍କୀଙ୍କୁ ପୋଷିବାକୁ ଆଗଭର । ଏକାଥରେ କୋଟି କୋଟି ଟଙ୍କାର ସାହାଯ୍ୟ । ଖାସ୍ କରି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମସୁଦ୍ ଆଝାରକୁ ୧୪ କୋଟିର ସହାୟତା ।
ଅପରେସନ୍ ସିନ୍ଦୂରରେ ଆଖି ବୁଜିଥିବା ଆତଙ୍କବାଦୀଙ୍କ ପରିବାରକୁ ପାକିସ୍ତାନ ସରକାର ଏବେ ୧ କୋଟି ଲେଖାଏଁ ଦେବାକୁ ଘୋଷଣା କରିଛି । ଅପରେସନ ସିନ୍ଦୂର ସମୟରେ ମାସୁଦ ଆଝାରର ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ମାସୁଦର ଘର ବାହାୱଲପୁରରେ ହୋଇଥିବା ବେଳେ ଏହି ଅପରେସନରେ ମାସୁଦ ପରିବାରର ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଏହି କାରଣରୁ ପାକିସ୍ତାନ ସରକାର ଶୁହାଦ ପ୍ୟାକେଜରୁ ମସୁଦକୁ ୧୪ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛି।ଏହି ଅପରେସନ ପରେ ମାସୁଦ ଆଝାର ନିଜେ ଭିଡିଓ ଜାରି କରି ସୂଚନା ଦେଇଥିଲା। ସେ କହିଥିଲା ଯେ ଭାରତର ଅପରେସନରେ ତାଙ୍କ ବଡ଼ ଭଉଣୀ, ଭିଣୋଇ ଏବଂ ତାଙ୍କ ପିଲାମାନଙ୍କର ମୃତ୍ୟୁ ହୋଇଥିଲା।

