ନ୍ୟୁଜ ଡେକ୍ସ: ମହାକାଶରେ ଏକାଠି ହେବେ ଶୁକ୍ର ଏବଂ ଶନି । ପରସ୍ପର ମଧ୍ୟରେ ପ୍ରତିଯୋଗିତା ପରେ ଶୁକ୍ରକୁ ଟପି ଆଗକୁ ବଢିବ ଶନି ଗ୍ରହ । ପ୍ରଥମେ ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ଲାଗିବ । ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ ।
ଏହାପରେ ଆସନ୍ତା ୧୮ରେ ଉଭୟ ଗ୍ରହଙ୍କ ମଧ୍ୟରେ ହେବ ମହାମିଳନ । ଚଳିତ ମାସରେ ଏଭଳି ଅଦ୍ଭୁତ ଦୃଶ୍ୟ ମହାକାଶରେ ଘଟିବାକୁ ଯାଉଥିବା ବେଳେ ସବୁଠୁ ବଡ କଥା ହେଉଛି ଖାଲି ଆଖିରେ ଗ୍ରହମାନଙ୍କୁ ଦେଖିହେବ । ବଡ଼କଥା ହେଲା ମେଘମୁକ୍ତ ଥିବା ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଏହାକୁ ଦେଖିହେବ ଏବଂ ଏହାର କୌଣସି ପ୍ରଭାବ କାହା ଉପରେ ପଢିବାର ନାହିଁ। ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ। ରାତି ୮.୩୦ଟା ବେଳକୁ ପ୍ରଥମେ ଶୁକ୍ର ଓ ଶନି ଗ୍ରହ ଅସ୍ତ ହେବ।
ସବୁଠାରୁ ଆର୍କଷଣୀୟ ହେବ ଜାନୁଆରୀ ୧୮ତାରିଖରେ ଶୁକ୍ର ଓ ଶନି ଗ୍ରହର ମିଳନ। ପ୍ରାୟ ୨ ଘଣ୍ଟା ଧରି ଶୁକ୍ର ଶନି ଗ୍ରହର ଖୁବ୍ ନିକଟରେ ଦେଖାଯିବ ଓ ପରେ ଶନି ତଳକୁ ତଳକୁ ଯାଇ ଶୁକ୍ର ଗ୍ରହ ଠାରୁ ଦୁରେଇ ଯିବ। ତେବେ କହିରଖୁଛୁ, କିଛି ଗ୍ରହ ଆକାଶରେ ଗୋଟିଏ ସମୟରେ ଦେଖାଯାଆନ୍ତି । ଏହାକୁ ଗ୍ରହ ସମାବେଶ ବା ପ୍ଲାନେଟ୍ ପରେଡ୍ ବୋଲି କୁହାଯାଏ । ଚାରୋଟି ଗ୍ରହ ବର୍ଷକୁ ଥରେ ବହୁତ୍ କମ୍ ଦିନ ପାଇଁ ଏକା ସମୟରେ ଦେଖାଯାଆନ୍ତି । ପାଞ୍ଚଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗ୍ରହ ପ୍ରାୟ ୧୭୦ ବର୍ଷରେ ଏକା ସମୟରେ ଦୃଶ୍ୟମାନ ହୁଅନ୍ତି ।
