Thu. Oct 23rd, 2025

ନ୍ୟୁଜ ଡେକ୍ସ: ବାତିଲ୍ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତ ବାତିଲ ହେବା ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ରୁଷିଆର ମେ ୯ରେ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ଦିବସ ଭିକ୍ଟ୍ରିଡେ ପରେଡରେ ଭାଗ ନେବେନି। ଏନେଇ କ୍ରେମଲିନ୍ ମୁଖପାତ୍ର ପେସକୋଭଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମସ୍କୋରେ ଭିକ୍ଟ୍ରି ଡେ’ ପରେଡକୁ ନିମନ୍ତ୍ରଣ କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ବିପକ୍ଷରେ ବିଜୟର ୮୦ ତମ ବାର୍ଷିକୀ ପାଳନ ପାଇଁ ଏହି ସମାରୋହ ପାଳନ କରାଯାଉଛି । ସେହି ସମୟରେ, ରୁଷର ଉପ-ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରେ ରୁଡେଙ୍କୋ କହିଛନ୍ତିଥି ଯେ, ଏହି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଯାଇଛି । ତଥାପି, ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । ତାଙ୍କ ସ୍ଥାନରେ ଆଉ ଏକ ପ୍ରତିନିଧି ଦଳ ରୁଷ ଯିବ ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ନ ଥିଲେ ମଧ୍ୟ, ଏକ ପ୍ରତିନିଧିମଣ୍ଡଳୀ ମାଧ୍ୟମରେ ଭାରତକୁ ପ୍ରତିନିଧିତ୍ୱ କରାଯିବ । ତଥାପି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନରେ କିଏ କାର୍ଯ୍ୟକ୍ରମରେ ଯୋଗଦେବେ ତାହା ସେ ସ୍ପଷ୍ଟ କରିନାହାଁନ୍ତି ।

Leave a Reply

Your email address will not be published. Required fields are marked *