ନ୍ୟୁଜ ଡେକ୍ସ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୭୪ ରନ ଜବାବରେ ଭାରତ ୫ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଛି । ଯଶସ୍ୱୀ ଜୈସୱାଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସତ୍ୱେ ଟିମ ଇଣ୍ଡିଆ ଏବେ ବି ଅଷ୍ଟ୍ରେଲିଆ ସ୍କୋରଠାରୁ ୩୧୦ ରନ ପଛରେ ରହିଛି । ରୋହିତ ଶର୍ମା ଓ ବିରାଟ କୋହଲି ପୂନର୍ବାର ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି ।
ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ରିଷଭ ପନ୍ତ ୬ ଓ ରବୀନ୍ଦ୍ର ଜାଡେଜା ୪ ରନ କରି ଅପରାଜିତ ରହିଛନ୍ତି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ ବିନିମୟରେ ୩୧୧ ରନ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଚାଲୁନି ହିଟମ୍ୟାନଙ୍କ ବ୍ୟାଟ । ଆଉଟ ଅଫ୍ ଫର୍ମରେ ରହିଛନ୍ତି ରୋହିତ । ଗତ ୧୪ଟି ଇନିଂସରେ ସେ ମାତ୍ର ୧୫୫ରନ କରିଛନ୍ତି । ସେଥିରେ ଗୋଟିଏ ଅର୍ଦ୍ଧଶତକ ଓ ଗୋଟିଏ ଶତକ ରହିଛି । ଆସନ୍ତୁ ଜାଣିବା ୧୪ଟି ଇନିଂସରେ ରୋହିତଙ୍କ ରନ୍ ।ବର୍ଡର-ଗାଭାସ୍କର ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯାଉଛି । ପ୍ରଥମ ଇନିଂସର ଦ୍ବିତୀୟ ଦିନ ବ୍ୟାଟିଂ କରିଥିଲା ଭାରତ । ଅଧିନାୟକ ରୋହିତ ଶର୍ମା ମାତ୍ର ୩ରନ କରି ପାଟ୍ କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ ।
ଏହା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଥିଲା । ରୋହିତ ଆଉଟ ହେବା ପରେ ପ୍ଲିଜ ଅବସର ନିଅ ବୋଲି ଚିତ୍କାର କରିଥିଲେ କ୍ରିକେଟ ଫ୍ୟାନ୍ସ । ଟେଷ୍ଟ ମ୍ୟାଚରେ ଚାଲୁନି ରୋହିତଙ୍କ ବ୍ୟାଟ ଲାଗୁଛି ଯେମିତି ତାଙ୍କ ବ୍ୟାଟରେ କଳଙ୍କି ଲାଗିଯାଇଛି । ଲଗାତାର ବିଫଳ ହୋଇଛନ୍ତି ରୋହିତ । ଗତ ୧୪ଟି ଇନିଂସରେ ସେ ମାତ୍ର ୧୫୫ରନ କରିଛନ୍ତି । ସେଥିରେ ଗୋଟିଏ ଶତକ ଓ ଅର୍ଦ୍ଧଶତକ ରହିଛି । ୧୧.୦୭ ଆଭରେଜ ସହ ୧୪ଟି ପାଳିରେ ମାତ୍ର ୧୫୫ରନ କରିଛନ୍ତି ରୋହିତ ।
