ନ୍ୟୁଜ ଡେକ୍ସ: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଭୁଜାଲିରେ ହାଣି ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁ ରାସ୍ତା ମନୋଜ ସା ଓରଫ ପାଣ୍ଡୁକୁ ହତ୍ୟା କରିଛନ୍ତି ଗାଁର ଦୁଇ ଭାଇ ବିଜୟ ମହାନନ୍ଦିଆ ଏବଂ ଡୁଲାମଣି ମହାନନ୍ଦିଆ।
ମନୋଜ ସକାଳୁ ବିଜୟ ଘରକୁ ଯାଇଥିବା ବେଳେ ସେଠାରେ କୌଣସି କଥାକୁ ଝଗଡ଼ା ହେଇଥିଲା । ସାମାନ୍ୟ ବଚସାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା ପରେ ଉତ୍ତ୍ୟେକ୍ତ ଦୁଇ ଭାଇ ସଂପୃକ୍ତ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ସୂଚନା ମୁତାବକ, ଆଜି ସକାଳେ ସେହି ଗ୍ରାମର ବିଜୟ ମହାନନ୍ଦିଆ ଓ ଦୁଲାମଣି ମହାନନ୍ଦିଆଙ୍କ ସହ ମନୋଜଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ୨ଭାଇ ଏକ ଭୁଜାଲି ଆଣି ଉକ୍ତ ଯୁବକଙ୍କୁ ଆକ୍ରମଣ କରିଥିଲେ।
ମନୋଜ ଜୀବନ ବିକାଳେ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ହେଲେ ୨ ଭାଇ ତାଙ୍କୁ ଛାଡ଼ି ନଥିଲେ। ମନୋଜଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ୟା କରିଥିଲେ। ଯୁବକଙ୍କ ମୃତଦେହ ରାସ୍ତା ଉପରେ ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଜଣଙ୍କ ଅଟକ ରଖି ପୁଲିସ ପଚରାଉଚରା କରୁଛି।

