ନ୍ୟୁଜ ଡେକ୍ସ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ୨୦୨୫ ପାଇଁ ରାଜ୍ୟ ସରକାର ଓ ପରିବହନ ବିଭାଗ ବିସ୍ତୃତ ପ୍ରସ୍ତୁତି ଆରମ୍ଭ କରିଛି। ଏଥର ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ପୁରୀକୁ ପ୍ରାୟ ଏକ ହଜାରରୁ ଅଧିକ ବସ୍ ଚଳାଚଳ କରିବ ବୋଲି ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ପୁରୀ ରଥଯାତ୍ରା ପାଇଁ ଏସ ଟି ଏ ତଥା ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଆଜି ବସିଥିଲା ଉଚ୍ଚସ୍ତରୀୟ ବୈଠକ। ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ, କଟକ ଡିସିପି, ପୁରୀ ଏସ ପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ, ଏନଏଚଆଇ କର୍ତ୍ତୃପକ୍ଷ ବୈଠକରେ ଯୋଗ ଦେଇଥିଲେ। ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତ ପୁରୀ ଯାଇ ପାରିବେ ସେ ନେଇ ହୋଇଥିଲା ଆଲୋଚନା।
ତେବେ ତଲବଣିଆ ବସ ଷ୍ଟପେଜରେ ଯାତ୍ରୀଙ୍କୁ ୧୦ ଟଙ୍କାରେ ଖାଦ୍ୟ ଦିଆଯିବ। ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ ୩୦ଜଣ STA ଅଧିକରୀ ଦାୟିତ୍ବରେ ରହିବେ।ବେପରୁଆ ଗାଡି ଚାଳନା ଉପରେ ରହିବ ନଜର। ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି STA କମିଶନର ଅମିତାଭ ଠାକୁର।ତେବେ ସମସ୍ତଙ୍କ ସହଯୋଗରେ ପୁରି କୁ ଯାତ୍ରୀ ପରିବହନ ସୁରୁଖୁରୁରେ ହେବ ବୋଲି ଆଶା ରଖିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ।
