Thu. Apr 16th, 2026

ନ୍ୟୁଜ ଡେକ୍ସ: ପୁଣି କଟକରେ କରୋନା ରୋଗୀ। ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ସନ୍ଧ୍ୟା ସମୟରେ ସୂଚନା ମିଳିଥିଲା କି ଭୁବନେଶ୍ୱର ପରେ କଟକକୁ ଡେଇଁଛି କରୋନା। ଅର୍ଥାତ୍ କଟକରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏବେ ପୁଣି କଟକରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

କଟକରେ ଦ୍ୱିତୀୟ କୋଭିଡ଼ ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତ ଜଣକ ୭୧ ବର୍ଷ ବୟସ୍କ ବୃଦ୍ଧ ବୋଲି ଜଣାପଡିଛି। ସେ କଟକ ରାଉତପାଟଣା ଅଞ୍ଚଳର । ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା ସୂଚନା ଦେଇଛନ୍ତି କଟକ ସିଡିଏମ୍ଓ ପ୍ରଶାନ୍ତ ହୋତା ।ସୂଚନାଥାଉକି, ଆଜି ସକାଳେ କଟକରେ ଚିହ୍ନଟ କୋଭିଡ୍ ଆକ୍ରନ୍ତ ଜଣକ ୪୫ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି ।

ଗତ କିଛି ଦିନ ଧରି ଆକ୍ରାନ୍ତ ଜଣକ ଜ୍ଵର ଓ ଥଣ୍ଡାରେ ପୀଡିତ ଥିଲେ । ସେ କୋଭିଡ ଟେଷ୍ଟ କରିବା ପରେ ପଜିଟିଭ ଆସିଥିବା ଜଣାପଡ଼ିଥିଲା । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ସଂକ୍ରମିତ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଥିବା କହିଛନ୍ତି କଟକ ସିଡିଏମଓ ।

Leave a Reply

Your email address will not be published. Required fields are marked *