Thu. Apr 16th, 2026

ନ୍ୟୁଜ ଡେକ୍ସ: ହୋମଗାର୍ଡ ଚାକିରୀ ପାଇଁ ଆସି ଶାରୀରିକ ଦକ୍ଷତା ପରୀକ୍ଷା ଦେଇ ଅସୁସ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଆଉ ଜଣେ ଯୁବକ ମୃତ୍ୟୁ ଘଟିଛି । ମୃତକ ହେଲେ ରାୟଗଡା ବ୍ଲକ ନାରାୟଣପୁର ଗ୍ରାମର ଦୀପକ ପାଡାଲା । ହୋମଗାର୍ଡ ଫିଜିକାଲ ଟେଷ୍ଟ ବେଳେ ଅସୁସ୍ଥ ହୋଇ ଦୀପକ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ସୂଚନାନୁସାରେ ରାୟଗଡ଼ ବ୍ଲକ ନାରାୟଣପୁର ଗାଁର ଦୀପକ ଗଜପତିରେ ଆୟୋଜିତ ହୋମଗାର୍ଡ ପରୀକ୍ଷାରେ ଯୋଗ ଦେଇଥିଲେ। ଶାରୀରିକ ପରୀକ୍ଷା ବେଳେ ସେ ଦୌଡ଼ିବା ବେଳେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ନେଇ ମେଡିକାଲ୍‌ ସୂତ୍ରରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ଖବରମୁତାବକ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଆଜି ସକାଳେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ଜଣକ ପାରିସାଲ ଗ୍ରାମର ସୁଲନ୍ତ ମିଶାଲ ବୋଲି ଚିହ୍ନଟ କରାଯାଇଛି। ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ ପାଇଁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *