ନ୍ୟୁଜ ଡେକ୍ସ: ଖୁବଶୀଘ୍ର ସରିବ ରତ୍ନଭଣ୍ଡାର ମରାମତି। ଚଟାଣକୁ ଛାଡ଼ି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ପ୍ରାୟତଃ ଶେଷ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଏଏସ୍ଆଇ ଅଧିକାରୀମାନଙ୍କ ସହ ଶୁକ୍ରବାର କାର୍ଯ୍ୟ ସମୀକ୍ଷା କରିବା ପରେ ଏନେଇ ସେ ତାଙ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ।ଭିତର ରତ୍ନ ଭଣ୍ଡାର ମରାମତି କାମ ପ୍ରାୟ ସରିଆସିଲାଣି। କେବଳ ଚଟାଣ ନବୀକରଣ ବାକି ରହିଛି। ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସବୁ କାମ ଶୀଘ୍ର ସରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଏଏସଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି।
ରତ୍ନ ଭଣ୍ଡାର ଭିତରେ ଥିବା ପୁରୁଣା ଲୁହା ବିମ୍କୁ କାଢି ନୂଆ ୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଦିଆଯାଇଛି । ବାହାର ରତ୍ନ ଭଣ୍ଡାରରେ ପୁରୁଣା ଭଙ୍ଗା ପଥରଗୁଡ଼ିକୁ କାଢି ମରାମତି ନଚେତ ନୂଆ ପଥର ଉକ୍ତ ସ୍ଥାନରେ ବ୍ୟବହାର କରାଯାଇଛି । ରତ୍ନ ଭଣ୍ଡାର ବାହାର ପାଶ୍ୱର୍ରେ ମଧ୍ୟ ସଂରକ୍ଷଣ ଓ ମରାମତି କାମ ଚାଲିଛି । ଜଗମୋହନ ଓ ରତ୍ନଭଣ୍ଡାର ମଧ୍ୟ ସ୍ଥଳୀରୁ ପ୍ଲାଷ୍ଟର ଛଡ଼ା ଯାଉଛି ।

