Fri. Apr 17th, 2026

ନ୍ୟୁଜ ଡେକ୍ସ: ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ। ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ। ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍। ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି। ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ।

ସୂଚନାନୁଯାୟୀ, ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଉକ୍ତ ଭଡା ଘରେ ଚଢାଉ କରିଥିଲା। ଚଢାଉ ବେଳେ ୪ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଛି। ଚଢାଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ଏକ ବାଇକ୍ ଜବତ ହୋଇଛି।

ଏହି ବାଇକ୍ଟି କୌଣସି ଗ୍ରାହକ କିମ୍ଵା ଦଲାଲଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଉକ୍ତ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଏହି ରାକେଟ୍ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି।

Leave a Reply

Your email address will not be published. Required fields are marked *