Sat. Apr 18th, 2026

ନ୍ୟୁଜ ଡେକ୍ସ: ସାମାନ୍ଯ ଖସିଲା ତାପମାତ୍ରା। କାଲିଠୁ ୨ ରୁ ୩ ଡିଗ୍ରୀ ବଢିପାରେ ପାରଦ। ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରବାହିତ କରିବାର ସମ୍ଭାବନା ଥିବାରୁ ଥଣ୍ଡା ବାୟୁର ପ୍ରଭାବ କମିବା ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଗୁରୁବାର ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ଥିଲା । ୩୫ ଡିଗ୍ରୀ ଉପରେ ୮ଟି ସହର ଥିଲା । ବୁଧବାରଠୁ ଗୁରୁବାର ତାପମାତ୍ରା ସାମାନ୍ୟ ଖସିଛି ।

ମାଲକାନାଗିରିର ତାପମାତ୍ରା ୩୫.୪ ଡିଗ୍ରୀ, ଯାଜପୁରର ତାପମାତ୍ରା ୩୫.୨ ଡିଗ୍ରୀ ରହିଥିବା ବେଳେ ମାଲକାନାଗିରି, ନୂଆପଡ଼ା, ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ତାପମାତ୍ରା ୩୫ ଡିଗ୍ରୀ ରହିଥିଲା । ଭୁବନେଶ୍ୱରର ତାପମାତ୍ରା ୩୪.୪ ଡିଗ୍ରୀ ରହିଥିଲା । ଅନୁଗୁଳରେ ତାପମାତ୍ରା ୩୪.୭, ସମ୍ବଲପୁରରେ ୩୪ ଡିଗ୍ରୀ, ବଲାଙ୍ଗୀରରେ ୩୪.୪, କୋରାପୁଟରେ ୩୪.୨, ସୋନପୁରରେ ୩୪.୧, ନୟାଗଡ଼ରେ ୩୪, ଭଦ୍ରକରେ ୩୪, ବରଗଡ଼ରେ ୩୪.୭ ଡିଗ୍ରୀ ତାପମାତ୍ରା ରହିଥିଲା ।

Leave a Reply

Your email address will not be published. Required fields are marked *