Sat. Feb 21st, 2026

ନ୍ୟୁଜ ଡେକ୍ସ: ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ରୋଗୀ ସଂଖ୍ୟା ହ୍ରାସ ପାଉଛି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାଇରିଆ ସ୍ଥିତିର ସମୀକ୍ଷା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ସରକାର ଆକ୍ସନ ମୋଡ୍ରେ ଅଛନ୍ତି । ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଭିସି ମାଧ୍ୟମରେ ବୈଠକରେ ଉପସ୍ଥିତ ଥିଲେ ।

ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି ୩ଟି ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ ଯାଇଛନ୍ତି ରାଜ୍ୟସ୍ତରୀୟ ଟିମ୍। ଦୂଷିତ ପାନୀୟଜଳ ଯୋଗୁ ଡାଇରିଆ ବ୍ୟାପୁଥିବା ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ୍। ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି। ସମସ୍ତ ଜଳ ଉତ୍ସର ବିଶୋଧନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛି ଟିମ। ଏପଟେ ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସମୀକ୍ଷା ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ରୋଗୀଙ୍କ ସଂଖ୍ୟା କମୁଛି। ସରକାର ସକ୍ରିୟ ଭାବେ କାମ କରୁଛନ୍ତି, ଲୋକଙ୍କୁ ସଚେତନ କରାଯାଉଛି। ପିଇବାକୁ ପାଣି ଯୋଗ୍ୟ ନ ହେଲେ ନଳକୂପ ଅଚଳ କରାଯାଉଛି। ବାସି ଖାଦ୍ୟ ବିକ୍ରି ଉପରେ ନଜର ରଖାଯାଇଛି । ଫାଇନ ଆଦାୟ ହେଉଛି ଭଦ୍ରକ ଜିଲ୍ଲାରେ ଲକ୍ଷେ ଟଙ୍କା ଫାଇନ୍ ଆଦାୟ ହୋଇଛି ।

ଡାଇରିଆ ପରିସ୍ଥିତିକୁ ପ୍ରତିହତ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଔଷଧ, ଡାକ୍ତର, ବେଡ୍ ଆବଶ୍ୟକ ପରିମାଣର ଉପଲବ୍ଧ ଅଛି । ଡାଇରିଆ ଲକ୍ଷଣ ଦେଖାଦେବା ମାତ୍ରେ ହସ୍ପିଟାଲ ଆସିବା ପାଇଁ ମନ୍ତ୍ରୀଙ୍କ ନିବେଦନ । ପାଣିରୁ ଡାଇରିଆ ବ୍ୟାପୁଥିବା ମନ୍ତ୍ରୀ କହିଛନ୍ତି । ଯାଜପୁର ଜିଲ୍ଲାରେ ଘରକୁ ଘର ଯାଇ ଆଶା କର୍ମୀମାନେ ସାବୁନ ବାଣ୍ଟୁଛନ୍ତି । ସ୍କୁଲ ପିଲାଙ୍କୁ କିଭଳି ନହେବ ସେଥିପାଇଁ ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛି । ସରକାରୀ ଭାବେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *