ନ୍ୟୁଜ ଡେକ୍ସ: ଅପରାଧର ମାସ ଥିଲା ଜାନୁଆରୀ। ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟରେ ସର୍ବାଧିକ ଅପରାଧ ଘଟିଛି। ୧୧ଟି ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା ଘଟଣା ଘଟିଛି।
ସେହିପରି ୧୪୯ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ ଘଟଣା, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ, ୩୧ ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି। ୧୪୯ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ ଘଟଣା, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ, ୩୧ ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି।
ସେହିପରି ୨୦୨୪ରେ ୧୨୫୮ ହତ୍ୟା, ୩୫୬ ଡକାୟତି, ୧୭୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚାରଣ, ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣ ମହିଳାଙ୍କୁ ଅସଦାଚାରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ, ୩୬୫ ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି।
