ନ୍ୟୁଜ ଡେକ୍ସ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ପ୍ରାର୍ଥୀ ଭାବେ ଦୁଇ ଜଣଙ୍କ ନାଁ ଘୋଷଣା କରିଛି Biju Janata Dal। ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ଦଳ ପକ୍ଷରୁ ରାଜ୍ୟସଭା ଟିକେଟ୍ ଦିଆଯାଇଛି। ଏହି ଦୁଇ ନାମରେ ଦଳୀୟ ସଭାପତି Naveen Patnaik ମୋହର ଲଗାଇଛନ୍ତି।ଗତ କିଛି ଦିନ ଧରି କାହାକୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯିବ ସେନେଇ ରାଜନୈତିକ ମହଳରେ ଜୋରଦାର ଚର୍ଚ୍ଚା ଚାଲିଥିଲା।
କିଏ ସଂସଦର ଉଚ୍ଚସଦନକୁ ଯିବାର ସୁଯୋଗ ପାଇବେ, ତାହାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଥିଲା।ଏହି ମଧ୍ୟରେ ନବୀନ ନିବାସରେ ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା ଚାଲିଥିଲା। ଡାକ୍ତର ଦତ୍ତେଶ୍ବର ହୋତା ଓ ସଂତୃପ୍ତ ମିଶ୍ର ନବୀନ ନିବାସରେ ପହଞ୍ଚିବା ପରେ ଚର୍ଚ୍ଚା ଆଉ ବେଶି ଜୋର ଧରିଥିଲା।
କାହାକୁ ଟିକେଟ୍ ମିଳିବ ସେଥିପାଇଁ ଦଳୀୟ ମହଳରେ ଅପେକ୍ଷା ଚାଲିଥିଲା। ଶାସକ ଦଳ ବିଜେପି ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ଧାରଣକୁ ନେଇ କସରତ ଚାଲିଥିଲା। ତିନୋଟି ଦଳରେ ଘନଘନ ମାନସମନ୍ଥନ ହେଉଥିବାବେଳେ ଆଜି ବିଜେଡି ପକ୍ଷରୁ ଆଧିକାରିକ ଭାବେ ଏହି ଦୁଇ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

