Tue. Apr 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଦାସ ହାଇକମାଣ୍ଡଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଯାଇଛନ୍ତି। ସେ କହିଛନ୍ତି ଯେ, ଶୀଘ୍ର ପ୍ରାର୍ଥୀଙ୍କ ନାଁ ଫାଇନାଲ୍ ହେବ ଏବଂ ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯିବ।

ଭକ୍ତ ଦାସଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ୫ଟି ନାଁକୁ ନେଇ ଆଲୋଚନା ଚାଲିଛି। ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି।

ସେ ଆହୁରି କହିଛନ୍ତି ଯେ, ଯଦି ସ୍ୱାଧୀନ ଭାବେ ବିଜେଡି ଓ କଂଗ୍ରେସ ମଧ୍ୟରେ ସମର୍ଥନ ହୁଏ, ତେବେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ରହିବ। ହାଇକମାଣ୍ଡ ସହ ଆଲୋଚନା ପରେ ଶୀଘ୍ର ଅନ୍ତିମ ସିଦ୍ଧାନ୍ତ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *