Fri. Jun 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଦିନକୁ ଦିନ ବଢ଼ି ଚାଲିଛି। ଅଧା ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍ ଉପରେ ରହିଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ତାତି ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଆବହାବାନୀ ଅନୁଯାୟୀ, ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ତାତିର ପ୍ରଭାବ ଜାରି ରହିବ।

ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବାବେଳେ ଜନଜୀବନ ଦୁର୍ବିଷହ ହୋଇପଡ଼ିଛି। ଏହି ସମୟରେ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ମଧ୍ୟ ରହିଛି, ଯାହା କିଛି ରାହାତ ଦେଇପାରେ ବୋଲି ଆଶା କରାଯାଉଛି।ତୀବ୍ର ଗରମ ଓ ଗୁଳୁଗୁଳି ପାଇଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ୧୩ରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିବାରୁ ପିଲାମାନଙ୍କ ପାଠପଢ଼ା ପ୍ରାୟ ବାଧାପ୍ରାପ୍ତ ହୋଇଛି। ଗ୍ରୀଷ୍ମ ପ୍ରବାହର ଏହି ପରିସ୍ଥିତି ଶିକ୍ଷାକୁ ପଛକୁ ଟାଣୁଥିବା ବୋଲି ମନେ କରାଯାଉଛି।

ଖାସକରି ଗଞ୍ଜାମ ଜିଲ୍ଲାରେ ତାପମାନ ବଢ଼ିବାରୁ ପ୍ରଶାସନ ପକ୍ଷରୁ ଆଜିଠାରୁ ତିନି ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡ଼ିକ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।ତୀବ୍ର ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ ଲୋକମାନଙ୍କୁ ସାବଧାନ ରହିବା ସହ ଅତ୍ୟାବଶ୍ୟକ କାମ ଛଡ଼ା ବାହାରୁ ନଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *