Fri. Jun 19th, 2026

ନ୍ୟୁଜ ଡେକ୍ସ : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ୨୧ ଏପ୍ରିଲରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖାଯିବ ବୋଲି ଘୋଷଣା କରାଯାଇଛି। ଅତ୍ୟଧିକ ଗରମ ଓ ତାପମାନ ବୃଦ୍ଧି ଫଳରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଜଣ୍ୟ ବିପଦ ସୃଷ୍ଟି ହେବା ଆଶଙ୍କାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ତଥାପି, ପରୀକ୍ଷା ସମ୍ପର୍କିତ କାର୍ଯ୍ୟ ସାଧାରଣ ଭାବେ ଚାଲୁ ରହିବ। ଓଡ଼ିଶା ସ୍କୁଲ ଏଡ୍ୟୁକେସନ ପ୍ରୋଗ୍ରାମ ଅଥରିଟି (OSEPA)ର ନିର୍ଦ୍ଦେଶାବଳୀ ଅନୁସାରେ ପରୀକ୍ଷା ଆୟୋଜିତ ହେବ ବୋଲି ସୂଚିତ କରାଯାଇଛି। ସ୍କୁଲଗୁଡ଼ିକୁ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକୀୟ ସୁବିଧା ଯଥାପ୍ରକାରେ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଏହା ଅନୁସାରେ ପାନୀୟ ଜଳର ପ୍ରଚୁର ବ୍ୟବସ୍ଥା, ORS ଉପଲବ୍ଧତା ଓ ଖରା ସମ୍ବନ୍ଧୀୟ ଜରୁରୀ ସ୍ଥିତିରେ ପ୍ରାଥମିକ ଚିକିତ୍ସା ସୁବିଧା ରଖିବାକୁ କୁହାଯାଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି ନେଇଛି।ଅନ୍ୟପଟେ, ସ୍କୁଲ ବନ୍ଦ ଥିଲେ ମଧ୍ୟ ନାମଲେଖା ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ଆଗାମୀ ଦିନରେ ପରିସ୍ଥିତି ଅନୁଯାୟୀ ପୁନର୍ବାର ସମୀକ୍ଷା କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *